ଦୋକାନରେ ନାଁ ଲେଖିବା ବାଧ୍ୟତାମୂଳକ; ଯୋଗୀଙ୍କ ନିଷ୍ପତ୍ତିକୁ ନିଜ ରାଜ୍ୟରେ ଲାଗୁ କରିବ କଂଗ୍ରେସ ସରକାର

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦ୍ୱାରା ଦୋକାନ ସାମନାରେ ନାଁ ଲେଖିବା ପାଇଁ ବାଧ୍ୟତାମୂଳକ ଆଦେଶ ଏବେ ହିମାଚଳର କଂଗ୍ରେସ ସରକାରକୁ ପସନ୍ଦ ଆସିଛି । ହିମାଚଳ ପ୍ରଦେଶରେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ ତାଙ୍କ ସରକାର ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ।

ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ୟୁପି ସରକାରଙ୍କ ନିଷ୍ପତ୍ତି କଥା ଉଲ୍ଲେଖ କରି କହିଛନ୍ତି ଯେ ସେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ । ସେ କହିଛନ୍ତି ଯେ ଲୋକଙ୍କ ଚିନ୍ତାକୁ ଧ୍ୟାନରେ ରଖି ଏପରି କରାଯାଇଛି । ବିକ୍ରମାଦିତ୍ୟ ସିଂ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତକାଲି ୟୁଡି (ନଗର ଉନ୍ନୟନ) ଏବଂ ମ୍ୟୁନିସିପାଲ କର୍ପୋରେସନ ବୈଠକ ହୋଇଥିଲା । ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, 'ଯେତେ ସବୁ ଷ୍ଟ୍ରିଟ୍ ଭେଣ୍ଡର୍ସ ଅଛନ୍ତି, ଯେଉଁମାନେ ସାମଗ୍ରୀ ବିକ୍ରି କରୁଛନ୍ତି, ଖାସକରି ଖାଦ୍ୟ-ପେୟ ସାମଗ୍ରୀ ବିକ୍ରି କରୁଛନ୍ତି । କିଏ ମୋମୋ ବିକ୍ରି କରୁଛି ତ, କିଏ ନୁଡଲ୍ ବିକ୍ରି କରୁଛନ୍ତି । ଏହା ଉପରେ ଭଉୟ ପ୍ରକାର ଆକ୍ସନ ନିଆଯିବା ଦରକାର, ସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରାଯିବା ଦରାକର ।'

ବିକ୍ରମାଦିତ୍ୟ କହିଛନ୍ତି, 'ଲୋକମାନେ ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ଉପରେ ବିଚାର କରି ଆମେ, ଉତ୍ତର ପ୍ରଦେଶରେ ଯେପରି ନାଁ ଲେଖିବା ବାଧ୍ୟତାମୂଳକ କରାଯାଇଛି, ଆମେ ମଧ୍ୟ ସେପରି କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ । ସବୁ ଦୋକାନୀଙ୍କୁ ଆଇଡି ଲଗାଇବାକୁ ପଡ଼ିବ । ଏହାଦ୍ୱାରା ଆଗାମୀ ଦିନରେ କୌଣସି ସମସ୍ୟା ହେଲେ ପାରଦର୍ଶିତା ସହ କାର୍ଯ୍ୟାନୁଷ୍ଠାନ ହୋଇପାରିବ । ଷ୍ଟିଟ୍‌ଭେଣ୍ଡର କମିଟି ଜରିଆରେ ଆଇଡି କାର୍ଡ କରାଯିବ । ଏଥିରେ ସେମାନଙ୍କ ଫଟୋ, ପଞ୍ଜୀକରଣ ନମ୍ୱର ସମେତ ସମସ୍ତ ସୂଚନା ରହିବ । ମୁଖ୍ୟତଃ ଖାଦ୍ୟ-ପାନୀୟ ଷ୍ଟଲ୍ ଉପରେ ଏହାକୁ ଲାଗୁ କରାଯିବ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.