ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ, ଆମେରିକା ଇଣ୍ଟେଲିଜେନ୍ସର ଦାବି !

Published By : Prameya-News7 Bureau | September 25, 2024 IST

ଓ୍ନାଶିଂଟନ ୨୫/୦୯: ନିର୍ବାଚନ ପୂର୍ବରୁ ଆମେରିକାରେ ହଲଚଲ  ଖାସ୍ କରି ଟ୍ରମ୍ପଙ୍କ ପିଛା ଛାଡୁନି ଚର୍ଚ୍ଚା  ସର୍ବଦା ଲାଇମଲାଇଟ୍ରେ ଡୋନାଲ୍ଡ ଏବେ ପୁଣିଥରେ ସେ ଖବରର ଶିରୋନାମାରେ  କେତେବେଳେ ବି କିଛି ଘଟିପାରେ ତାଙ୍କ ସହ  ବିପଦରେ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ଜୀବନ  ଏମିତି କିଛି ଚେତାବନୀ ଦେଇଛି ଆମେରିକାର ଗୁପ୍ତଚର ଅଧିକାରୀ ଇରାନରୁ ବାରମ୍ୱାର  ଧମକ ଆସୁଥିବା ସ୍ପଷ୍ଟ କରିଛନ୍ତି ଗୁପ୍ତଚର ଅଧିକାରୀ  ଅଧିକାରୀଙ୍କ କହିବା କଥା ଇମେଲରେ ଆସିଛି ଓ୍ୱାର୍ଣ୍ଣିଂ  ସେପଟେ ବିପଦ ଆଶଙ୍କାରେ ଆଲର୍ଟରେ ସୁରକ୍ଷା କର୍ମୀ  

ଟ୍ରମ୍ପଙ୍କୁ ମାରିବାକୁ ସାଂଘାତିକ ଷଡଯନ୍ତ୍ର  ଆଉ ଏହି ଷଡଯନ୍ତ୍ର ପଛରେ ଇରାନର ରହିଛି ବଡ ହାତ  ଖାଲି ସେତିକି ନୁହେଁ ଦେଶରେ ଅଶାନ୍ତି ସହ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି ଇରାନ୍  ଟ୍ରମ୍ପଙ୍କ କ୍ୟାମ୍ପେନିଂ ଦଳ ଗୁପ୍ତଚର ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଗତ କିଛି ମାସରେ ଟ୍ରମ୍ପଙ୍କ ବିରୋଧରେ ଇରାନର ଧମକ ବଢିଛି  ଜୀବନ ପ୍ରତି ବିପଦ ଥାଇ ବି ଟ୍ରମ୍ପଙ୍କୁ ମିଳୁନି ଉପଯୁକ୍ତ ସୁରକ୍ଷା  ସୁରକ୍ଷା ଦେବା ପରିବର୍ତ୍ତେ ନିର୍ବାଚନ ପ୍ରଭାବିତ ନହେବା ଚେଷ୍ଟାରେ ଆମେରିକୀୟ ଅଧିକାରୀ  କାରଣ ପୂର୍ବରୁ ଦୁଇ ଦୁଇ ଥର ଗୁଳିମାଡର ଶିକାର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ  

ସେପଟେ ଏଭିଳ ଦାବିକୁ ଖଣ୍ଡନ କରିଛି ଇରାନ୍  ଇରାନର ସ୍ଥାୟୀ ମିଶନରୁ ମିଳିତ ଜାତିସଂଘ ଏବଂ ଇଣ୍ଟେଲିଜେନ୍ସ ଡାଇରେକ୍ଟରଙ୍କ କାର୍ଯ୍ୟାଳୟକୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଯାଇନି  ନିକଟରେ ଟ୍ରମ୍ପଙ୍କୁ ହତ୍ୟା କରିବାର ଅନେକ ଚେଷ୍ଟା ମଧ୍ୟ ସାମ୍ନାକୁ ଆସିଛି। ଫ୍ଲୋରିଡାର ଗଲ୍ଫ କୋର୍ସରେ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିବା ବନ୍ଧୁକଧାରୀଙ୍କ ବିରୋଧରେ କୋର୍ଟ ରୁଜୁ କରିଛନ୍ତି ୩ଟି ମାମଲା  


ଗୋଟିଏ ଅଭିଯୋଗ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ସହ ଜଡିତ। ବ୍ୟକ୍ତି ଜଣକ ହିଂସାତ୍ମକ ଅପରାଧ ତଥା ଫେଡେରାଲ୍ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ବନ୍ଧୁକ ରଖିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ଦଲିଲରୁ ଜଣାପଡିଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ।

ପାଖାପାଖି ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଆଟାକ୍  ଥରେ କାନରେ ଗୁଳି ବାଜିଥିବାବେଳେ ଆଉ ଥରେ ଶରୀରରେ ବାଜି ନଥିଲା  କିନ୍ତୁ ସୌଭାଗ୍ୟ ବଶତଃ ଦୁଇ ଥର ବର୍ତ୍ତିଯାଇଛନ୍ତି ଟ୍ରମ୍ପ  ଏମିତି ଦୁଇଥର ଆକ୍ରମଣ ପଛରେ କାହାର ହାତ ତା ବି ସ୍ପଷ୍ଟ ହୋଇନି  ଆଗକୁ ନିର୍ବାଚନ ଥିବାରୁ କେହି କେହି କହୁଛନ୍ତି ବୋଧହୁଏ ନିର୍ବାଚନ ବୈତରଣୀ ପାର୍ ହେବାକୁ ଏସବୁ କରିଥାଇପାରନ୍ତି ଟ୍ରମ୍ପ  ତଥାପି କିଏ କହୁଛି ସତ କିଏ କହୁଛି ମିଛ ତାରୁ ଚାହିଁବସିଛନ୍ତି ଆମେରିକା ବାସୀ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.