ଜର୍ଜିଆ ମେଲୋନିଙ୍କୁ ଡେଟ୍ କରୁଛନ୍ତି କି ଏଲନ ମସ୍କ! ଫଟୋ ଭାଇରାଲ ପରେ ଇଣ୍ଟରନେଟ୍‌ରେ ପଡିଲା ଚହଳ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫/୦୯: ଚର୍ଚ୍ଚାରେ ଇଟାଲିଆନ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଓ ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ଚର୍ଚ୍ଚା ଜୋର୍ ଧରିଛି । ନ୍ୟୁୟର୍କରେ ଅନୁଷ୍ଠିତ ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ମସ୍କ ମେଲୋନିଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । 

ଏହାପରେ ସୋସିଆଲ୍ ମିଡିଆରେ ଜୋର୍ ଧରିଥିଲା ଚର୍ଚ୍ଚା । ଚର୍ଚ୍ଚା ହେଉଛି କି, ଏଲନ୍ ମସ୍କ ଏବଂ ମେଲୋନି ପରସ୍ପରକୁ ଡେଟ୍ କରୁଛନ୍ତି । ବାସ୍ତବରେ, ଭାଇରାଲ୍ ଫଟୋଟି ହେଉଛି  ନ୍ୟୁୟର୍କରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବର । ଉତ୍ସବରେ ଏଲନ୍ ମସ୍କ ଜର୍ଜିଆ ମେଲୋନିଙ୍କୁ ଆଟଲାଣ୍ଟିକ୍ କାଉନସିଲ୍ ଗ୍ଲୋବାଲ୍ ସିଟିଜେନ୍ ପୁରସ୍କାରରେ ସମ୍ମାନିତ କରିଥିଲେ। 


ଏତିକିବେଳେ ମସ୍କ କହିଛନ୍ତି, ଏହିଭଳି ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ଖୁସିଲାଗେ ଯିଏ ପ୍ରକୃତରେ ବି ଦେଖିବାକୁ ବହୁତ ସୁନ୍ଦର । ମେଲୋନିଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସେ ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଅବଶ୍ୱସନୀୟ କାମ କରିଛନ୍ତି । ତେବେ ଏହାକୁ ନେଇ ମେଲୋନି ମଧ୍ୟ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଟେସଲା ଫ୍ୟାନ କ୍ଲବ ମସ୍କ ଓ ମେଲୋନିଙ୍କ ଫଟୋ ପୋଷ୍ଟ କରି, ଦୁଇଜଣ ଡେଟ୍‌ କରୁଛନ୍ତି କି ବୋଲି ଲେଖିଥିଲା । 


ଏହାର ଉତ୍ତରରେ ମସ୍କ ନିଜ ଅଫିସିଆଲ ହ୍ୟାଣ୍ଡେଲରେ କହିଛନ୍ତି, ଆମେ ଡେଟିଂ କରୁନୁ । କହିବାକୁ ଗଲେ ଏଲନ୍ ମସ୍କ ପ୍ରଥମ ଥର ପାଇଁ ଜୁନ୍ ୨୦୨୩ ରେ ରୋମରେ ଥିବା ତାଙ୍କ ସରକାରୀ ବାସଭବନରେ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ । ଏହା ପରେ ମଧ୍ୟ ଦୁହେଁ ଅନେକ ଥର ଭେଟିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ମସ୍କ ମେଲୋନିଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ ମେଲୋନିଙ୍କୁ ସଚ୍ଚୋଟ ବୋଲି ବର୍ଣ୍ଣନା କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.