ବିଜେପି ନା ବିଜେଡି କିଏ କରିବ ହଲଚଲ ? ଦୁଇ ଦଳର ନେତାଙ୍କ ବୟାନଙ୍କୁ ନେଇ ଚର୍ଚ୍ଚା ଜୋରଦାର

Published By : Prameya-News7 Bureau | September 25, 2024 IST

ଭୁବନେଶ୍ୱର ୨୫।୦୯ : ବିଜେପି ନା ବିଜେଡି କିଏ କରିବ ହଲଚଲ ? ଦୁଇ ନେତାଙ୍କ ବଡ଼ ବୟାନ ପରେ କିଏ କରିବ ହଲ ଚଲ । ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋରଦାର। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଆଗକୁ ହେବ ବିସ୍ଫୋରଣ । ତିନି ମାସ ମଧ୍ୟରେ ବିଜେଡିରେ ବିସ୍ଫୋରଣ ହେବ। ବହୁ ବିଧାୟକ, ପୂର୍ବତନ ବିଧାୟକ, ନେତା ଅନ୍ୟ ଦଳ ଛାଡ଼ି ବିଜେପିକୁ ଆସିବେ। ଅନେକ ନେତା ଯୋଗାଯୋଗରେ ଅଛନ୍ତି। ବିକାଶ ଧାରାରେ ସାମିଲ ହେବାକୁ ସମସ୍ତେ ଆସିବେ। ରାଜ୍ୟ ସଭା ଛାଡ଼ି ବିଜେଡ଼ି ସାଂସଦ ଆମ ଦଳକୁ ଆସିଲେ । କେବଳ ସେମାନେ ନୁହଁ ଅନ୍ୟ ନେତା ବି ସମ୍ପର୍କରେ ଅଛନ୍ତି । କଳା ଦାଗ ନଥିବା ନେତାଙ୍କୁ ଦଳରେ ସାମିଲ କରାଯିବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ସେପଟେ ବିଜେଡି ନେତା ଦେବି ମିଶ୍ର କହିଛନ୍ତି ଆମ ସହିତ ବହୁ ନେତା ଯୋଗାଯୋଗରେ ଅଛନ୍ତି I ବିକାଶ ପାଇଁ ଆଗକୁ ବହୁ ହଲ ଚଲ ହେବ । ତାଙ୍କ ନେତା ବି ଆମ ସଂପର୍କରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.