ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା, ବିବାହ ପାଇଁ ରାଜି ନହେବାରୁ ଥାନାର ଦ୍ବାରସ୍ଥ

Published By : Prameya-News7 Bureau | September 25, 2024 IST

ବାଲିପାଟଣା ୨୫।୯: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମର ବିଶ୍ଵଜିତ ସାମନ୍ତରାୟଙ୍କ ଘର ପିଣ୍ଢାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା । ବିଶ୍ଵଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା । ଏ ନେଇ ବରଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ବସିପଡିଛି । ତେବେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି । 

ଗତ ଅଢେଇ ବର୍ଷ ପୂର୍ବେ ବିଶ୍ଵଜିତଙ୍କ ସହ ଯୁବତୀଙ୍କର ସୋସିଆଲ ମିଡ଼ିଆରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା । ଯୁବତୀ ଜଣକ ବିଶ୍ଵଜିତଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତୁ । ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତି ସମୟରେ ବିଶ୍ଵଜିତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ । ଏହାପରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ । 

You Can Read:

ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା : କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.