ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା : କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର

Published By : Prameya-News7 Bureau | September 25, 2024 IST

କଳାହାଣ୍ଡି ୨୫।୯: ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ । କବରସ୍ଥାନରେ ହଙ୍ଗାମା କଲେ ରୁକ୍‌ସାନାଙ୍କ ମା’ । ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ କହିଛନ୍ତି । ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା ପରେ ଘଟଣାସ୍ଥଳରେ ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଏବଂ ମାଜିଷ୍ଟ୍ରେଟ୍ ଯୋଗେଶ୍ୱର ସାହୁ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ ସହ ବୁଝାସୁଝା ସଫଳ ନହେବାରୁ ସେମାନେ ମଧ୍ୟ ଫେରି ଯାଇଛନ୍ତି । କେସ୍ ଯେତେବେଳେ ସିବିଆଇ ହାତକୁ ଦିଆଯିବ ସେତେବେଳେ ଯାଇ କବର ଖୋଳିବାକୁ ଅନୁମତି ଦେବୁ ବୋଲି ରୁକ୍‌ସାନାଙ୍କ ଭଉଣୀ କହିଛନ୍ତି । 

ସେପଟେ ରୁକ୍‌ସାନା ବାନୋଙ୍କ ମୃତ୍ୟୁକୁ ଆଜି ୬ ଦିନ ପୁରିଛି । କବର ଖୋଳି ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଢା ଯାଇଥାନ୍ତା । ତାଙ୍କ ମୃତ୍ୟୁ ପରେ ବିନା ପୋଷ୍ଟମର୍ଟମରେ ଶବକୁ ପୋତି ଦେଇଥିଲେ ପରିବାର ଲୋକେ ।

You Can Read:

ଆନ୍ଧ୍ର ସରକାରଙ୍କ ୧୦୦ଦିନ ପୂର୍ତ୍ତି, କୋଟିଆରେ ଷ୍ଟିକର ଲଗାଇ ସଚେତନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.