ଆନ୍ଧ୍ର ସରକାରଙ୍କ ୧୦୦ଦିନ ପୂର୍ତ୍ତି, କୋଟିଆରେ ଷ୍ଟିକର ଲଗାଇ ସଚେତନ

Published By : Prameya-News7 Bureau | September 25, 2024 IST

ବୋରିଗୁମ୍ମା ୨୫।୯: ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା କୋଟିଆରେ ପୁଣି ଆନ୍ଧ୍ର କଲା ଅନୁପ୍ରବେଶ । ପୁଣି ଆନ୍ଧ୍ର ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି । ଉକ୍ତ ଅବସରରେ ସେ ଲୋକଙ୍କୁ ଇଦି ମାଞ୍ଚି ପ୍ରଭୂତ୍ୱମ (ଏହା ଭଲ ସରକାର) ନାମକ ଏକ କାର୍ଯ୍ୟକ୍ରମ କରୁଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ଷ୍ଟିକର ଲଗାଇ ସରକାରଙ୍କ ସଫଳତା ନେଇ ସଚେତନ କରୁଛି ଆନ୍ଧ୍ର । କୋଟିଆରେ ମଧ୍ୟ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ ଗ୍ରାମରେ ଷ୍ଟିକର ଲଗାଇ ଲୋକଙ୍କୁ ଆନ୍ଧ୍ର ସରକାରଙ୍କୁ ନେଇ ସଚେତନ କରିଥିବା ନେଇ ସୂଚନା ମିଳିଛି । ନିର୍ବାଚନ ପରେ ବିଗତ ଦିନ ମାନଙ୍କରେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ିବାରେ ଲାଗିଛି । ନେରେଡିୱାଲାସା ଗ୍ରାମରେ ଅନୁପ୍ରବେଶ କରି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରିଥିଲା । ସ୍ଥିତାବସ୍ଥା ଜାହିର କରିବା ପାଇଁ ସ୍ଵାଧିନତା ଦିବସ ମଧ୍ୟ ପାଳିଥିଲା । ପୁଣି କୋଟିଆର ଫାଟୁସିନେରୀ, ଫଗୁଣସିନେରୀ, ଗଞ୍ଜେଇପଦର ପଞ୍ଚାୟତରେ ଗ୍ରାମସଭା ମଧ୍ୟ ଆୟୋଜନ କରିଥିଲା । ବାରମ୍ବାର ଅନୁପ୍ରବେଶ କରି ସେ ନିଯୁକ୍ତ କରିଥିବା ଜନ ପ୍ରତିନିଧିଙ୍କ ଜରିଆରେ ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ପ୍ରଚେଷ୍ଟାରେ ରହିଛି । ଓଡ଼ିଶା ସରକାର ମଧ୍ୟ କୋଟିଆ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

You Can Read:

ଭରତପୁର ଥାନାରେ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ ଟିମ୍, ୧୪ ରାତିରେ କ’ଣ ଘଟିଥିଲା ଦେଖାଇଲେ ମେଜର ଓ ବାନ୍ଧବୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.