ଭରତପୁର ଥାନାରେ ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ ଟିମ୍, ୧୪ ରାତିରେ କ’ଣ ଘଟିଥିଲା ଦେଖାଇଲେ ମେଜର ଓ ବାନ୍ଧବୀ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର ୨୫।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ସିନ୍ ରିକ୍ରିଏସନ୍ କରିଛି । ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସରଜମିନ୍ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କଣ ଘଟିଥିଲା ? ୧୪ ତାରିଖ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା ତାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ପ୍ରାୟ ୨୦ ଜଣ ଅଧିକାରୀ ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି । ୧୪ ତାରିଖ ରାତିରେ କ’ଣ ଘଟିଥିଲା ତାର ଚିତ୍ର ତଦନ୍ତକାରୀ ଅଧିକାରୀଙ୍କୁ ଦେଖାଇଛନ୍ତି ମେଜର ଓ ତାଙ୍କ ବାନ୍ଧବୀ । ଆଉ ଏସବୁକୁ ଫାରୋ କ୍ୟାମେରା ଜରିଆରେ ରେକର୍ଡ କରାଯାଉଛି । ପ୍ରଥମେ କେଉଁଠି କି ଆସିଥିଲା, କେଉଁଠି ନିର୍ଯାତନା ଦେଇଥିଲା ସେସବୁ ଚିତ୍ର କଏଦ ହୋଇଛି । ଭରତପୁର ଥାନା ପରେ ପଥରଗାଡିଆ ଯାଇ ସେଠାରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

You Can Read:

ମୁନିଗୁଡା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ଆୟୋଗ ସଚିବ, ବିଭିନ୍ନ ପ୍ରକଳ୍ପର ପରିଦର୍ଶନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.