ଅପରେସନ ‘ନର୍ଦର୍ନ ଆରୋଜ’; ହିଜବୁଲ୍ଲା ମିସାଇଲ୍ ୟୁନିଟ୍ ଚିଫ୍ ସମେତ ୧୬ କମାଣ୍ଡର ମୃତ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ବିନାଶ ଲୀଳା ଜାରି ରଖିଛି । ଏହି ଅପରେସନକୁ ‘ନର୍ଦର୍ନ ଆରୋଜ’ ନାଁ ଦେଇଛି ଇସ୍ରାଏଲ । କାରଣ ଏହା ତେଲ ଆଭୀବର ଉତ୍ତର ପ୍ରାନ୍ତରେ ରହିଛି । ଏହି ପ୍ରାଣଘାତୀ ହମଲାରେ ଲେବାନନରେ ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦୦ ଲୋକ ଆହତ ହୋଇଛନ୍ତି । ଏଥିରେ ଅନେକ ହିଲବୁଲ୍ଲା ଲିର୍ଡରଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ । 

ଇସ୍ରାଏଲ ଏହି ଭୟଙ୍କର ଆକ୍ରମଣରେ ଭୟଭୀତ ହୋଇଛି ଲେବାନନ । ଦକ୍ଷିଣ ପ୍ରାନ୍ତରେ ଥିବା ସହରରୁ ବହୁ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି । ଫଳରେ ସହର ଗୁଡ଼ିକରେ ଟ୍ରାଫିକ୍ ସମୟ ଦେଖି ଦେଇଛି । ଏପଟେ ଇସ୍ରାଏଲ ଫାଇଟର ଜେଟ୍ ହିଜବୁଲ୍ଲାର ଲଞ୍ଚପ୍ୟାଡ୍, କମାଣ୍ଡୋ ସେଣ୍ଟର, ଆଶ୍ରୟସ୍ଥଳୀ, ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରିଛି । ବିଶେଷ କରି ଦକ୍ଷିଣ ଲେବାନନ ଏବଂ ବେକା ଭ୍ୟାଲିରେ ନରସଂହାର ଜାରି ରହିଛି ।    

ହିଜବୁଲ୍ଲା ପ୍ରାୟ ୧୬ଶହ  ପାଏଣ୍ଟକୁ ଟାର୍ଗେଟ୍ କରି ଧ୍ବଂସ କରି ଦେଇଛି ଇସ୍ରାଏଲ । ବିରୁଟରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ବିମାନ ଜରୋଦାର ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ହିଜବୁଲ୍ଲାର ସିନିୟର ଲିର୍ଡର ଅଲ୍ଲୀ କରାକୀର ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ । ଅଲ୍ଲୀ କରାକୀର ଯେଉଁ ବିଲ୍ଡିଂରେ ଥିବା ତାକୁ ଇସ୍ରାଏଲ୍ ସେନା ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରି ଦେଉଛି । କରାକୀ ହିଜବୁଲ୍ଲା ଆତଙ୍କୀ ସଂଗଠନର ଇବ୍ରାହୀମ୍ ଆକିଲଙ୍କ ସ୍ଥାନ ନେଇଥାନ୍ତା ବୋଲି ଚର୍ଚ୍ଚା ଜୋର ଧରିଛି । 

ଆକିଲ୍ ହିଜବୁଲ୍ଲାର ଆଇଓ୍ବାନ ଫୋର୍ସର କମାଣ୍ଡର ଥିଲା । ତାକୁ ବିରୁଟର ଏକ ବଙ୍ଗଳାର ବେସମେଣ୍ଟରେ ଇସ୍ରାଏଲ ସେନା ହତ୍ୟା କରିଛି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଅଲ୍ଲୀ କରାକୀର ମୃତ୍ୟୁ ହୋଇଛି । ମାତ୍ର ହିଜବୁଲ୍ଲା ଆତଙ୍କୀ ସଂଗଠନ କରାକୀ ମୃତ୍ୟୁକୁ ଖଣ୍ଡନ କରିଛି ।

ଅପରେସନକୁ ‘ନର୍ଦର୍ନ ଆରୋଜ’ ଅପରେସନରେ ହିଜବୁଲ୍ଲା ଆତଙ୍କୀ ସଂଗଠନର ବଡ଼ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି । ଆତଙ୍କୀ ସଂଗଠନର ୧୬ଜଣ ସିନିୟର କମାଣ୍ଡର ପ୍ରାଣ ହରାଇଛନ୍ତି । ଏମାନେ ସବୁ ବିରୁଟରେ ଏକ ବୈଠକରେ ସାମିଲ୍ ହୋଇଥିବା ବେଳେ ଏୟାର ଷ୍ଟ୍ରାଇକ୍ କରିଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଆକ୍ରମଣରେ ହିଜବୁଲ୍ଲା ମିସାଇଲ୍ ୟୁନିଟର ଚିଫ୍ କୋବିସି ମଧ୍ୟ ମୃତ୍ୟୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.