ନିର୍ବାଚନ ପୂର୍ବରୁ ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ଟଙ୍କା : ଖାଦ୍ୟ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪।୯: ବିଧାନସଭାରେ ଉଠିଲା ୨୦୨୪ ନିର୍ବାଚନ ଆଗରୁ ପୂର୍ବ ସରକାର ଝୋଟ ବ୍ୟାଗ୍ ବାଣ୍ଟିବା ପ୍ରସଙ୍ଗ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଲେ,

ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା । ସେହିପରି ପ୍ରତି ପରିବାର ପିଛା ଦିଆଯାଇଥିଲା ୧୦୦୦ ଟଙ୍କା । ଏହାର ବ୍ୟୟ ବରାଦ ହୋଇଥିଲା ୯୫୯ କୋଟି ୫ ଲକ୍ଷ ୨୬ ହାଜର ଟଙ୍କା । 

ଝୋଟ ବ୍ୟାଗ୍ ବଣ୍ଟନ ନେଇ ତଦନ୍ତ ଚାଲିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଦୁର୍ନୀତି ହୋଇଥିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ । ଝୋଟ ବ୍ୟାଗ୍ ବାବଦରେ ଖର୍ଚ୍ଚ ହସ୍ତଗତ ହୋଇଛି । ପୂର୍ବ ସରକାର ସମୟରେ ଝୋଟ ବ୍ୟାଗ୍ ଅର୍ଡର ଦିଆଯାଇଥିଲା । କିଏ ଅର୍ଡର ଦେଇଥିଲା ଓ କାହିଁକି ଦେଇଥିଲେ, ଏଥିରେ କ’ଣ ଉଦ୍ଦେଶ୍ୟ ଥିଲା, ସେ ନେଇ ମଧ୍ୟ ତଦନ୍ତ କରାଯିବ । ଏଥିରେ ରାଜ୍ୟ ରାଜକୋଷର ଅପବ୍ୟବହାର ହୋଇଥିଲେ, ଯିଏ ବି ହୋଇଥାନ୍ତୁ, ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ବହୁତ କିଛି ଗୋଳମାଳ ହୋଇଛି ବୋଲି ଜଣାପଡ଼ୁଛି । ଅନେକ କିଛି ଅସଜଡା ଅଛି, ତାକୁ ସଜାଡିବା ପାଇଁ ସମୟ ଦରକାର । ପ୍ରତ୍ୟେକ ଦିଗକୁ ସରକାର ଗୁରୁତର ସହ ନେଇଛନ୍ତି । ପୂର୍ବ ସରକାରରେ ଯାହା ଭୁଲ ନିଷ୍ପତ୍ତି ନିଆଯାଇଛି, ତାକୁ ଚିହ୍ନଟ କରି ସୁଧରା ଯିବ । ଯିଏ ଅପରାଧୀ ଥିବେ, ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଜାଲ୍ ରାସନ କାର୍ଡ ପାଇଁ ଚାଲିଛି ଧରପଗଡ଼, ଯାଞ୍ଚ ପରେ ନୂଆ କାର୍ଡ ଦିଆଯିବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.