ଜାଲ୍ ରାସନ କାର୍ଡ ପାଇଁ ଚାଲିଛି ଧରପଗଡ଼, ଯାଞ୍ଚ ପରେ ନୂଆ କାର୍ଡ ଦିଆଯିବ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ୱର ୦୪।୦୯ : ଆରମ୍ଭ ହୋଇଛି ଜାଲ୍‌ ରାସନ କାର୍ଡ ଧରପଗଡ଼ । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ଦିଆଯିବ । ଏଥିପାଇଁ ୧୦ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଅଗଷ୍ଟ ୨୨ ତାରିଖ ଠାରୁ E - KYC ପ୍ରକ୍ରିୟାରେ ଜାଲି କାର୍ଡ ଧରିବା ପାଇଁ ଆରମ୍ଭ ହୋଇଛି ଧରପଗଡ଼। ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ । ଏବେ ଯାଏଁ ପାଖାପାଖି ୪୪ ଲକ୍ଷ ୩୩ ହାଜର କାର୍ଡର ଯାଞ୍ଚ ସାରିଛି। ଯେଉଁଥିରେ ଅନେକ ଜାଲ କାର୍ଡ ଧାରାପଡ଼ିଛି । ବର୍ତ୍ତମାନ ଯାଏଁ ୨୦ ରୁ ୨୫ ପ୍ରତିଶତ ଜାଲ କାର୍ଡ ଧାରାପଡ଼ିଲାଣି । ଏଥିରେ ଆଉ କିଛି ସମୟ ଲାଗିବ । ସବୁ କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ କାର୍ଡ ଦେବେ ରାଜ୍ୟ ସରକାର ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.