କଟକ ୨୭/୧୧: କ୍ରୀଡା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ଆଣିବେ ଗୌରବ। ରାଜ୍ୟ ଓ ଜାତୀୟ ସ୍ତରରେ ଓଡିଶା ପାଇଁ ସୁନାମ ମଧ୍ୟ ଆଣିବେ। ଚଳିତବର୍ଷ ବନବାସୀ କଲ୍ୟାଣ ଆସୋସିଏସନ ପକ୍ଷରୁ କଟକରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ପ୍ରାଦେଶିକ ୨୭ତମ ଜନଜାତି କ୍ରୀଡା ପ୍ରତିଯୋଗିତା । ଏହା ଆସନ୍ତା ୩୦ ଡିସେମ୍ବର ୧, ଦୁଇଦିନ ବ୍ୟାପି ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ଯାଇଛି । ପ୍ରତିଯୋଗିତାରେ ଫୁଟବଲ ଓ ଆରଚେରୀ ଦୁଇଟି ଖେଳ ଅନୁଷ୍ଠିତ ହେବ । ୧୮ ଜିଲ୍ଲାରୁ ୩୫୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ବାଳକ ବାଳିକା ମାନେ ଅଂଶଗ୍ରହଣ କରିବେ । ସଂଘ ସମ୍ପାଦକ ଚନ୍ଦ୍ରକାନ୍ତ ନାଥ ଙ୍କ ମତରେ , ବନରେ ରହୁଥିବା ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ବିକାଶ, ସାମ୍ବିଧାନିକ ଅଧିକାର କ୍ରୀଡା ବିକାଶ କ୍ଷେତ୍ରରେ ବନବାସୀ ଆଶ୍ରମ ସ୍ଥାପନ କରାଯାଇଥିଲା ।
ସଂଘ ପକ୍ଷରୁ ଓଡିଶାରେ ଏକାଧିକ ଛାତ୍ରବାସ ପାଠଶାଳା ,ସ୍ୱାସ୍ଥ୍ୟକେନ୍ଦ୍ର, ଓ କ୍ରୀଡାକେନ୍ଦ୍ର ରହିଛି । ଗଣଶିକ୍ଷା ଅନୁସୂଚିତ ଜାତି ଓ ବନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜନଜାତି ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିବେ । ବିଧାୟକ ଗୌରୀ ଶଙ୍କର ମାଝୀ ଓ ପିତାମ୍ବର ଆଚାର୍ଯ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଖେଳକୁଦ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦିଆଯାଇଛି l