ପୋଲ ତଳକୁ ଖସିଲା ବସ୍‌ : ଦୁର୍ଘଟଣାରେ ୩୦ ମୃତ, ୧୦ ଆହତ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ ୨୮।୦୨ : ଭୟଙ୍କର ବସ୍‌ ଦୁର୍ଘଟଣା । ପୋଲ ତଳକୁ ଖସିଲା ବସ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଆଫ୍ରିକୀୟ ଦେଶ ମାଳିରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ମଙ୍ଗଳବାର (୨୭ ଫେବୃଆରୀ) ଦିନ ସଂଧ୍ୟା ୫ଟା ସମୟରେ ବାଗୋ ନଦୀରେ ଥିବା ପୋଲରେ ଏକ ଯାତ୍ରୀବାହୀ ବସ୍‌ ଯାଉଥିଲା । ଏହି ସମୟରେ ଗାଡି ହଠାତ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ବାକି ୧୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି ।

ସେପଟେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ଯାଏଁ ମୃତାହତଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମଧ୍ୟ ମାଳିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା ।  ଟ୍ରକ ଏବଂ ବସ୍‌ ମଧ୍ୟରେ ଧକ୍କାରେ ୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ଲୋକ ଆହତ ହୋଇଥିଲେ। ଉଭୟ ଗାଡି ନିଜ ନିଜ ଭୁଲ୍‌ ରାସ୍ତାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।

wp:embed {"url":"https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.