ଅସ୍ଥାୟୀ ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ, ଗାଡି ଚଳାଚଳ ପାଇଁ ସତର୍କତା ମୂଳକ ମାର୍ଗଦର୍ଶିକା ଜାରି

Published By : Prameya-News7 Bureau | July 20, 2024 IST

ନବରଙ୍ଗପୁର ୨୦: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ତୁରୀ ନଦୀର ଅସ୍ଥାୟୀ ପୋଲରେ ୪ ଫୁଟ ଉଚ୍ଚର ପାଣି । ତୁରୀ ନଦୀ ଉପରେ ପୋଲ କାମ ଚାଲୁ ରହିଥିବା ବେଳେ ସେହି ପାର୍ଶ୍ଵ ଦେଇ ଯାନବାହାନ ଚଳାଚଳ ପାଇଁ ଏକ ଅସ୍ଥାୟୀ ପୋଲ ରହିଛି । ତେବେ ଶୁକ୍ରବାର ଠାରୁ ଲଗାଣ ବର୍ଷା ଲାଗି ରହୁଥିବାରୁ ଏହି ଅସ୍ଥାୟୀ ପୋଲ ଉପରେ ବର୍ତ୍ତମାନ ପ୍ରାୟ ୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି । ଫଳରେ ରାସ୍ତାର ଅପରପାର୍ଶ୍ୱରେ ଥିବା ୫ଟି ବ୍ଲକ ସହ ଉକ୍ତ ରାସ୍ତା ଦେଇ ନବରଙ୍ଗପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି  ଶହ ଶହ ଗାଡି । ଅପରପକ୍ଷରେ ବ୍ରିଜର ଅପରପାର୍ଶ୍ଵରେ ଥିବା ଜିଲ୍ଲାର ୫ଟି ବ୍ଲକ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର ଓ ଚନ୍ଦହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟସ୍ତବହୁଳ ମାର୍ଗ ରହୁଥିବାରୁ ବର୍ଷା ପୋଲରେ ବନ୍ୟାଜଳ ପ୍ରବାହିତ ହେଲେ ଭବିଷ୍ୟତରେ ଯେଭଳି ଲୋକେ ହଇରାଣ ନ ହୁଅନ୍ତି ତଥା ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଜିଲ୍ଲାପାଳ ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରି ଦୁଇ ଚକିଆ ଯାନ ଗୁଡିକ ଘାଟଗୁଡାରୁ ବାସିନୀ- ମୋକିଆ-ପାପଡାହାଣ୍ଡି ଦେଇ ଯାତାୟାତ କରିବା ସହ ଚାରି ଚକିଆ ଓ ଭାରିଯାନ ପାଇଁ 

ସୁନାଡଙ୍ଗରି-ମିଞ୍ଜା-ତୁମ୍ବରଲାରୁ ପାପଡାହାଣ୍ଡି ଦେଇ ଗାଡି ଚଳାଚଳ କରୁଛି ।

You Can Read:

ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.