ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଛାତ୍ର,୨ ଉଦ୍ଧାର

Published By : Prameya-News7 Bureau | September 13, 2024 IST

BREAKING NEWS

ବାରିପଦା୧୩/୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । କେନାଲରେ ଭାସି ନିଖୋଜ ହୋଇଯାଇଥିଲେ ୪ ଛାତ୍ର । ୨ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ଆଉ ୨ ଜଣ ଏବେବି ନିଖୋଜ । ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ ଅଘଟଣ । ଶୁକ୍ରବାର ସକାଳ ସମୟରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍‌ରୁ ୪ ଜଣ ଛାତ୍ର ଯାଇଥିଲେ । କେନାଲରେ ଅଧିକ ପାଣି ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।  ଭିତରକୁ ଯିବାବେଳେ ୪ ଜଣ ଭାସିଯାଇଯାଇଥିଲେ । ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ୨ଜଣ ଛାତ୍ର ଉଦ୍ଧାର ହୋଇଥିବାବେଳେ ଆଉ ୨ ଜଣଙ୍କ ପତ୍ତା ମିଳୁନି । ପାଣି ଭିତରେ ଖୋଜୁଛି ଅଗ୍ନିଶମ ବାହିନୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.