ଖାର୍ତୌମ: ଦକ୍ଷିଣ ସୁଦାନରେ କ୍ଷମତା ହାତେଇବାକୁ ଦୁଇ ସେନା ମଧ୍ୟରେ ବିଦ୍ରୋହ ଜାରି ରହିଛି। ରବିବାର(୧୦ ସେପ୍ଟେମ୍ବର) ଦକ୍ଷିଣ ସୁଦାନ ରାଜଧାନୀ ଖାର୍ତୌମୁରେ ଏକ ଭୟଙ୍କର ଡ୍ରୋନ୍ ଆଟାକ୍ରେ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ସାଉଥ୍ ସୁଦାନରେ ସାମରିକ ବଳ ଓ ଅର୍ଦ୍ଧ ସାମରିକ ବଳ ମଧ୍ୟରେ ଲଢ଼େଇ ଜାରି ରହିଛି।
ଏହି ଡ୍ରୋନ୍ ଆକ୍ରମଣରେ ଆଖପାଖରେ ୫୫ ଜଣ ଆହତ ହୋଇଥିବା ସୁଦାନ ଡାକ୍ତର ସଂଘ କହିଛି। ମୃତକଙ୍କୁ ବଶିର ୟୁନିଭର୍ସିଟି ହସ୍ପିଟାଲ୍ରେ ରଖାଯାଇଛି ବୋଲି ସୂଚନା ମିଳିଛି। ସମାଜସେବୀ ସଂଗଠନ ରେଜିଷ୍ଟାନ୍ସ କମିଟି ଘଟଣା ବେଳର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି। ଏଥିରେ ମୃତଦେହକୁ ଧଳା କପଡ଼ା ଗୁଡ଼ାଇ ହସ୍ପିଟାଲ୍ର ଏକ ଖୋଲା ଜାଗାରେ ରଖାଯାଇଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ଏପ୍ରିଲ୍ ମାସରୁ ଦକ୍ଷିଣ ସୁଦାନ ମିଲିଟାରୀ ଓ ପାରାମିଲିଟାରୀ ମଧ୍ୟରେ ଲଢ଼େଇ ଜାରି ରହିଛି। ମିଲିଟାରୀ ମୁଖ୍ୟ ଜେନେରାଲ ଅବଦେଲ ଫତହ ବୁରହାନ ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ(ଆର୍ଏସ୍ଏଫ୍) ମୁଖ୍ୟ ଜେନେରାଲ୍ ହମଦାନ ଡାଗାଲୋଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି।ରବିବାର ଡ୍ରୋନ୍ ଆଟାକ୍କୁ ନେଇ ଏର୍ଏସ୍ଏଫ୍ ମିଲିଟାରୀ ଉପରେ ଦୋଷ ଲଦିଥିବା ବେଳେ ସେନା ଏହାକୁ ଖଣ୍ଡନ କରିବା ସହିତ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟ ଅଭିଯୋଗ କରାଯାଉଛି ବୋଲି କହିଛି।