ସୈଫ ଅଲ୍ଲୀଙ୍କ ଇନସ୍ୟୁରାନ୍ସ କ୍ଲେମକୁ ନେଇ ଉଠିଲା ପ୍ରଶ୍ନ, ଆକ୍ରମଣର ତୁରନ୍ତ ବାଦ ମିଳିଯାଇଥିଲା ବଡ଼ ଏମାଉଣ୍ଟ

Published By : Prameya-News7 Bureau | January 26, 2025 IST

ମୁମ୍ବାଇ ୨୬।୧: ବଲିଉଡ ଆକ୍ଟର ସୈଫ ଅଲ୍ଲୀ ଖାନଙ୍କ କେସ୍ ରେ ସବୁଦିନ ନୂଆନୂଆ ମୋଡ ଆସୁଛି। ତାଙ୍କ ଉପରେ ହୋଇଥିବା ଆକ୍ରମଣର ରହସ୍ୟ ଉପରୁ ପର୍ଦ୍ଦା ନ ହଟୁଣୁ ତାଙ୍କ ଇନସ୍ୟୁରାନ୍ସ କ୍ଲେମକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ହସ୍ପିଟାଲରେ ଆଡମିଟ ହେବା ପରେ ତାଙ୍କୁ ତୁରନ୍ତ ୨୫ଲକ୍ଷ ଟଙ୍କା ମିଳିଯାଇଥିଲା। କ୍ୟାସଲେସ୍ ବୀମା କ୍ଲେମକୁ ମାତ୍ର କିଛି ଘଣ୍ଟାରେ ମଞ୍ଜୁରୀ ମିଳିଯାଇଥିବାରୁ ଏହି ବିବାଦ ଉପୁଜିଛି। ଏହି ମାମଲା ମୁମ୍ବାଇ ବାନ୍ଦ୍ରାସ୍ଥିତ ଏକ ବଡ଼ ଘରୋଇ ହସ୍ପିଟାଲ ସହ ସମ୍ପର୍କିତ। 

ମେଡିକାଲ କନସଲଟାଣ୍ଟ ଆସୋସିଏସନ (ଏଏମସି) ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ)ଙ୍କୁ ପ୍ରଶ୍ନ କରିଛନ୍ତି ଯେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଲିଳାବତୀ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ପାଇଁ ଏତେ ଜଲଦି କାହିଁକି ୨୫ଲକ୍ଷ ଟଙ୍କାର ମଞ୍ଜୁରୀ ଦେଲେ। ଏଏମସି କହିଛି ଯେ ଏହି କ୍ଲେମ ଉପରେ ମାତ୍ର କିଛି ଘଣ୍ଟାରେ ମଞ୍ଜୁରୀ ମିଳି ଯାଇଛି, ଯାହାକି କୌଣସି ସାଧାରଣ ପଲିସିଧାରୀଙ୍କ କ୍ଷେତ୍ରରେ ଏହା ସାଧାରଣ କଥା ନୁହେଁ। 

ହେଲଥ ଇନସ୍ୟୁରାନ୍ସ ଏକ୍ସପର୍ଟ ନିଖିଲ ଝା ଏଏମସିଙ୍କ ଚିନ୍ତାକୁ ସେୟାର କରି କ୍ଲେମ ସେଟେଲମେଣ୍ଟରେ ସିଷ୍ଟମେଟିକ ଅସମାନତାର କଥା କହିଛନ୍ତି। ସାଧାରଣ ପ୍ରକ୍ରିୟାରେ ମେଡିକାଲ-ଲିଗାଲ ମାମଲାରେ ଏଫଆଇଆର କପି ଦାବି କରାଯାଏ। ତେବେ ବୀମା କମ୍ପାନୀ ଏହି ନିୟମକୁ ବାଦ ଦେଇ ତୁରନ୍ତ ୨୫ଲକ୍ଷ ଟଙ୍କାର କ୍ୟାସଲେସ୍ ଅନୁରୋଧକୁ ମଞ୍ଜୁର କରିଦେଇଛନ୍ତି। ସୋସିଆଲ ମିଡିଆରେ ଲିକ୍ ହୋଇଥିବା ଡକ୍ୟୁମେଣ୍ଟରେ ଅଭିନେତାଙ୍କ ପରିବାର ୩୫.୯୫ଲକ୍ଷ ଟଙ୍କାର କ୍ଲେମ କରିଥିଲେ। ତେବେ ବୀମା କମ୍ପାନୀ ଏଥିରୁ ୨୫ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର କରିଦେଇଥିଲା। 

ଡାକ୍ଟର୍ସଙ୍କ ସଂସ୍ଥା ଏହାକୁ ସ୍ୱାସ୍ଥ୍ୟବୀମା ପ୍ରଣାଳୀରେ ଅସମାନତାର ଉଦାହରଣ ବୋଲି କହିଛନ୍ତି। ଯଦି ସୈଫ କୌଣସି ସାଧାରଣ ବ୍ୟକ୍ତି ହୋଇଥାନ୍ତେ ତେବେ ବୀମା କମ୍ପାନୀ ରିଜନେବଲ ଓ କଷ୍ଟମରୀ ଚାର୍ଜ ଆପ୍ଲାଇ କରିଥାନ୍ତେ। ଏପର୍ଯ୍ୟନ୍ତ କ୍ଲେମ ର ପୈଠ ମଧ୍ୟ କରିନଥାନ୍ତେ। ନିଖିଲ ଝାଙ୍କ କହିବା କଥା ହେଉଛି ‘ନିଭା ବୁପା ହେଲଥ୍ ଇନସ୍ୟୁରାନ୍ସ’(ସୈଫଙ୍କର ଏହି କମ୍ପାନୀ ହେଲଥ୍ ଇନସ୍ୟୁରାନ୍ସ ଅଛି) ଜଣେ ସେଲିବ୍ରିଟିଙ୍କୁ ଏପରି ଗୁରୁତ୍ୱକାହିଁକି ଦେଲେ, ଜଣେ ସାଧାରଣ ପଲିସିଧାରୀଙ୍କ ଲାଗି କ୍ଲେମ ସେଟେଲମେଣ୍ଟ କରିବା କାହିଁକି କଷ୍ଟକର ହେଉଛି?ସେ କହିଛନ୍ତି ଯେ ଏଠାରେ  ଘରୋଇ ହସ୍ପିଟାଲ କି ସେଲିବ୍ରିଟିଙ୍କ କଥା ପଡିନି ସାଧାରଣ ପଲିସିଧାରୀଙ୍କୁ ମଧ୍ୟ ଏପରି ସର୍ଭିସ ଦିଆଯାଉ ଯାହ ହାଇପ୍ରୋଫାଇଲ ଲୋକଙ୍କୁ ଦିଆଯାଉଛି ବୋଲି ସେ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.