ବାଂଲାଦେଶ-ଭାରତ ମଧ୍ୟରେ ଅନେକ ବିବାଦ; ପ୍ରତିମ୍ୟାଚରେ ହୋଇଛି ହଙ୍ଗାମା, ଜାଣନ୍ତୁ ୫ ବଡ ବିବାଦ...

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୦୯: ଭାରତ-ବାଂଲାଦେଶ । ସବୁବେଳେ ଟକରାଟକରି । ଏମାନଙ୍କ ମଧ୍ୟରେ ମ୍ୟାଚ୍‌ ଯେତିକି ରୋମାଞ୍ଚ, ସେତିକି ବିବାଦ ମଧ୍ୟ । ପଡିଆରେ ଉଭୟ ଟିମ୍‌ ମଧ୍ୟରେ ଅନେକ ବିବାଦ । ଆସନ୍ତୁ ଜାଣିବା ଭାରତ-ବାଂଲାଦେଶ ମଧ୍ୟରେ ବଡ ବିବାଦ ବିଷୟରେ...

୨୦୧୫ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ODI ବିଶ୍ୱକପ୍ । ମୁହାଁମୁହିଁ ହୋଇଥିଲେ ଭାରତ-ବାଂଲାଦେଶ । ଏଠାରେ ଏକ ବଡ଼ ଧରଣର ହଙ୍ଗାମା ହୋଇଥିଲା । ବାସ୍ତବରେ ରୋହିତ ଶର୍ମାଙ୍କ ସପକ୍ଷରେ ଏକ ବିବାଦୀୟ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର ଅଲିମ ଦାର । ହିଟମ୍ୟାନ୍‌ ରୁବେଲ ହୁସେନ୍‌ଙ୍କ ଏକ ଫୁଲଟସ୍‌ ବଲ୍‌ରେ ଆଉଟ୍ ହୋଇଥିଲେ । କିନ୍ତୁ ଅମ୍ପାୟାର ନୋ ବଲ ଦେଇଥିଲେ । ଏହି ସମୟରେ ହୋଇଥିଲା ବଡ ହଙ୍ଗାମା । କାରଣ ଏହି ନିଷ୍ପତ୍ତି ବାଂଲାଦେଶ ପାଇଁ ହୋଇଥିଲା ମହଙ୍ଗା । ରୋହିତ ଏହି ମ୍ୟାଚରେ କରିଥିଲେ ୧୩୭ ରନ୍ । ଆଉ ବାଂଲାଦେଶକୁ ବ୍ୟାକଫୁଟକୁ ଚାଲିଯାଇଥିଲା ।     

ସେହିପରି ୨୦୧୫ରେ ବାଂଲାଦେଶ ଗସ୍ତ କରିଥିଲା ଭାରତ । ସିରିଜର ପ୍ରଥମ ODIରେ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଡେବ୍ୟୁ କରିଥିଲେ । ବୋଲିଂ ସମୟରେ ମୁସ୍ତାଫିଜୁର ବାରମ୍ବାର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରାସ୍ତାରେ ଆସୁଥିଲେ । ଆଉ ରନ୍‌ କରିବାକୁ ଦେଉନଥିଲେ । ପ୍ରଥମେ ରୋହିତଙ୍କ ରାସ୍ତାରେ ଆସିଥିଲେ । କିନ୍ତୁ ଏହାପରେ ଏମଏସ ଧୋନି ବ୍ୟାଟିଂ ସମୟରେ ମଧ୍ୟ ସମାନ କାମ କରିଥିଲେ । ରନ୍‌ କରିବାକୁ ଅଟବାକୁ ଚେଷ୍ଟା କରୁଥିବା ବେଳେ ମୁସ୍ତାଫିଜୁରଙ୍କୁ ଏକ ଧକ୍କା ଦେଇଥିଲେ ମାହି । ଆଉ ସେ ତଳେ ପଡି ଯାଇଥିଲେ । ତେବେ ଏହି ଘଟଣାରେ କ୍ୟାପଟେନ କୁଲଙ୍କ ଉପରେ ଲାଗିଥିଲା ଜରିମାନା । ତାଙ୍କୁ ଦେବାକୁ ପଡିଥିଲା ମ୍ୟାଚ୍‌ ଫିର ୭୫ ପ୍ରତିଶତ ଜରିମାନା ।

୨୦୧୬ରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍‌ । ମୁହାଁମୁହିଁ ହୋଇଥିଲେ ଭାରତ-ବାଂଲାଦେଶ । ସେତେବେଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍‌କୁ ନେଇ ହୋଇଥିଲା ହଙ୍ଗାମା । ବାସ୍ତବରେ ବାଂଲାଦେଶ ବୋଲର ତସ୍କିନ୍ ଅହମ୍ମଦ ଟିମ୍‌ ଇଣ୍ଡିଆ ଅଧିନାୟକ ଏମଏସ ଧୋନିଙ୍କ କଟା ମୁଣ୍ଡକୁ ହାତରେ ଧରିଥିବା ଫଟୋ ରହିଥିଲା । ଏହା ଭାଇରାଲ୍‌ ହେବା ପରେ ହୋଇଥିଲା ହଙ୍ଗାମା । 

୨୦୨୦ରେ ଅଣ୍ଡର-୧୯ ବିଶ୍ୱକପ ଫାଇନାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଫାଇନାଲରେ ବାଂଲାଦେଶ ଭାରତକୁ କରିଥିଲା ପରାସ୍ତ । ତେବେ ମ୍ୟାଚ୍ ଜିତିବା ପରେ ବାଂଲାଦେଶୀ ଖେଳାଳୀ ଟିମ୍‌ ଇଣ୍ଡିଆ ପ୍ଲେୟରଙ୍କୁ ଅସଦାଚରଣ କରିଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ। ଏହାପରେ ଟିମ୍ ଇଣ୍ଡିଆ ପ୍ଲେୟର ଦେଇଥିଲେ ଜବାବ । ସ୍ଥିତି ଏପରି ହୋଇଥିଲା କି ହାତରେ ବ୍ୟାଟ୍ସ ଏବଂ ଷ୍ଟମ୍ପ ଉଠାଇ ହଙ୍ଗାମା କରିବାକୁ ବାହାରିଥିଲେ ପ୍ଲେୟର ।

ସେହିପରି ଏମର୍ଜିଂ ଏସିଆ କପ୍ ୨୦୨୩ର ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚରେ ହୋଇଥିଲା ଏକ ବଡ ପଙ୍ଗା । ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ଆଉଟ୍‌ କରି ବାଂଲାଦେଶୀ ବୋଲର କରୁଥିଲେ ଜୋରଦାର ସେଲିବ୍ରେସନ । କିନ୍ତୁ ଟିମ୍‌ ଇଣ୍ଡିଆ ଏହାର ନେଇଥିଲା ପ୍ରତିଶୋଧ । ବାଂଲାଦେଶର ସୌମ୍ୟା ସରକାର ଆଉଟ୍ ହେବା ମାତ୍ରେ ଟିମ୍‌ ଇଣ୍ଡିଆ ମଧ୍ୟ କରିଥିଲା ସେଲିବ୍ରେସନ । କିନ୍ତୁ ଏକଥା ବାଂଲା ବ୍ୟାଟ୍ସମ୍ୟାନ୍ଙ୍କୁ ହୋଇନଥିଲା ହଜମ । ଏହାକୁ ନେଇ ହର୍ଷିତ ଏବଂ ସୌମ୍ୟା ହୋଇଥିଲେ ମୁହାଁମୁହିଁ । ଏହାପରେ ଅମ୍ପାୟାର ଏବଂ ଟିମ୍‌ ଇଣ୍ଡିଆ ପ୍ଲେୟର ସାଇ ସୁଦର୍ଶନ ଆସି ଦୁହିଁଙ୍କୁ କରିଥିଲେ ଅଲଗା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.