ବାହାନଗା ଟ୍ରାଜେଡ଼ି: ମୃତଦେହ ରଖିବା ପାଇଁ ଆସିଲା ୫ କଣ୍ଟେନର, ୨ ମାସ ଯାଏ ସଂରକ୍ଷିତ ରହିବ ଶବ

Published By : Prameya-News7 Bureau | June 05, 2023 IST

ଭୁବନେଶ୍ଵର: ବାହାନଗାରେ ଗତ ଶୁକ୍ରବାର ଘଟି ଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ମୃତକଙ୍କ ଚିହ୍ନଟ କରିବା। ଏତେ ସଂଖ୍ୟାରେ ମୃତଦେହ ରଖିବା ପାଇଁ ମଧ୍ୟ ଏମ୍ସରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସ୍ଥିତିକୁ ଦୃଷ୍ଟିରେ ରଖି ଶବ ସଂରକ୍ଷିତ ପାଇଁ ସ୍ଵତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି। ପାରାଦୀଫରୁ ୫ ସ୍ଵତନ୍ତ୍ର କଣ୍ଟେନର ଅଣା ଯାଇଛି। ଗୋଟିଏ କଣ୍ଟେନରରେ ୪୦ରୁ ୫୦ ଶବ ରଖାଯିବାର ବ୍ୟବସ୍ଥା ରହିଛି। ୧ରୁ ୨ ମାସ ଯାଏ ଗାଡ଼ିରେ ଶବ ସଂରକ୍ଷିତ ରହି ପାରିବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ ସୂଚନା ଦେଇଛନ୍ତି।

ଗୋଟେ କଣ୍ଟେନର ରେ ୩୦-୪୦ ମୃତଦେହ ରହିପାରିବ । ଏ ପର୍ଯ୍ୟନ୍ତ ୧୨୩ ରୁ ୪୩ ଟି ଶବ ହସ୍ତାନ୍ତର ହୋଇଛି । ବର୍ତ୍ତମାନ ୮୦ ଟି ଶବ ରୁ ୧୫ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଶବ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ଶବ ଚିହ୍ନଟରେ ଦ୍ଵନ୍ଦ ହେଲେ ହେବ ଡିଏନଏ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଏକ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।

Odisha battles morgue crunch after Balasore train tragedy | Latest News  India - Hindustan Times

ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସ୍ଵାଭାବିକ ହେବାରେ ଲାଗିଛି। ଅନ୍ୟପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି। ଏହି ଦୁର୍ଘଟଣାରେ ସରକାରୀ ହସ୍ପିଟାଲ୍ ଏବଂ ଘରୋଇ ହସ୍ପିଟାଲ୍‌ରେ ମୋଟ୍ ୧୨୦୭ ଜଣଙ୍କ ଚିକିତ୍ସା କରାଯାଇଛି। ସେଥିରୁ ୧୦୦୯ ଜଣ ଡିସଚାର୍ଜ ହୋଇ ସାରିଛନ୍ତି। ଏ ନେଇ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଟୁଇଟ୍ କରି ସୂଚନା ଦିଆଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- ତୁମ୍‌ ମେରେ ଦିଲ୍‌ କେ ପାସ୍‌ ହୋ…, ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଟ୍ରାକ୍‌ରୁ ମିଳିଲା ଲଭ ଲେଟର

/wp:heading

ଭୁବନେଶ୍ଵରର କ୍ୟାପିଟାଲ୍, ଏମ୍ସ, ସମ୍, ଆମ୍ରି ଏବଂ କିମ୍ସ ହସ୍ପିଟାଲ୍‌ରେ ମୃତଦେହ ରଖାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ତେବେ ବିନା ଯାଞ୍ଚରେ ଶବ ହସ୍ତାନ୍ତର କରାଯିବ ନାହିଁ। ଏମ୍ସକୁ ଆସିଥିବା ମୃତକଙ୍କ ଡିଏନଏ ସାମ୍ପୁଲ ସଂରକ୍ଷିତ ରଖାଯାଇଛି। ଜଣେ ମୃତକଙ୍କ ପାଇଁ ଏକାଧିକ ଦାବିଦାର ଆସୁଥିବାରୁ ବିନା ଯାଞ୍ଚରେ ମୃତଦେହ ଦିଆଯିବ ନାହିଁ। ଆମ ପାଖରେ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ନାହିଁ,  ତଥାପି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ହାଓ୍ବଡାରୁ ବାହାରିଛନ୍ତି ଖୋଲା ଗାଡିରେ : ବୁଲିଲେଣି ୪ଶହ କିଲୋମିଟର, ଏଯାଏଁ ମିଳିନି ପତ୍ତା

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.