ସମ୍ୱଲପୁର ୦୭/୦୨: ହସ ଖୁସିରେ ଘରକୁ ଫେରୁଥିଲେ ପୁଅ ବୋହୂ । ହେଲେ ଅଧାବାଟରେ ଖୁସି ପାଲଟିଲା ଦୁଃଖ । ଦୁର୍ଘଟଣା ଗ୍ରସ୍ତ ହୋଇଛି ବର କନିଆଙ୍କୁ ନେଇ ଆସୁଥିବା ଗାଡି । ଫଳରେ ନବ ବର ବଧୂ ସହ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି । କାର୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଅଘଟଣ ଘଟିଛି । ସମ୍ୱଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର କୁଲୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା ।
ପୋଲିସ ନାଁରେ ସାଂଘାତିକ ଅଭିଯୋଗ, ଅଭିଯୋଗ ଶୁଣିଲାନି ଓଲଟା ମାଡ ମାରିଲା
ସୂଚନା ଥାଉକି, ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ ନବ ବରବଧୂ । ଦେବଗଡ଼ର ସୁମିତ ମୋଦିଙ୍କ ବୁଧବାର ରାତିରେ ସମ୍ବଲପୁରରେ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ଆଜି ବରକନ୍ୟା ବିଦାୟ ହୋଇ ଦେବଗଡ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ସମ୍ବଲପୁର ଡାକ୍ତରଖାନାକୁ ପଠାଯାଇଛି। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି ।