5G spectrum auctions: ଏୟାରଟେଲ୍ କିଣିଲା ସୁବୁଠୁ ଅଧିକ ସ୍ପେକ୍ଟ୍ରମ, ସରକାରଙ୍କ ଆୟ ଅନୁମାନଠାରୁ ୧୨% କମ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ 5G ସ୍ପେକ୍ଟ୍ରମ ବିକ୍ରି ଦୁଇ ଦିନରେ ଶେଷ ହୋଇଛି । କିନ୍ତୁ ଏହି ବିକ୍ରିରେ କମ ଆଗ୍ରହ ଦେଖିବାକୁ ମିଳିଥିଲା । ସରକାର ସ୍ପେକ୍ଟ୍ରମ ବିକ୍ରିରୁ ୯୬,୨୩୮ କୋଟି ଟଙ୍କା ପାଇବା ପାଇଁ ଅନୁମାନ କରିଥିଲେ, କିନ୍ତୁ ସରକାରଙ୍କ ଆୟ ଅନୁମାନଠାରୁ ୧୨ ପ୍ରତିଶତ କମ ରହିଛି ।

ମୋଟ ୧୧,୩୪୦ କୋଟି ଟଙ୍କାରେ ଏହି ସ୍ପେକ୍ଟ୍ରମର ନିଲାମୀ ହୋଇଛି । ତେବେ ନିଲାମୀରେ ମୋଟ୍ ୧୪୧.୪ MHz ସ୍ପେକ୍ଟ୍ରମ ବିକ୍ରି ହୋଇଛି । ଯେଉଁ ବଳକା ସ୍ପେକ୍ଟ୍ରମ ବିକ୍ରି ହୋଇନି, ତାହାକୁ ପରବର୍ତ୍ତୀ ସମୟରେ ବିକ୍ରି କରାଯିବ ।

  • ଭାରତୀ ଏୟାରଟେଲ୍ ୬୮୫୭ କୋଟି ଟଙ୍କାରେ ୯୭ MHz ସ୍ପେକ୍ଟ୍ରମ କିଣିଛି
  • ରିଲାଏନ୍ସ ଜିଓ ୯୭୪ କୋଟି ଟଙ୍କାରେ ୧୪.୪ MHz ସ୍ପେକ୍ଟ୍ରମ କିଣିଛି
  • ଭୋଡାଫୋନ ଆଇଡିଆ ୩୫୧୦ କୋଟି ଟଙ୍କାରେ ୩୦ MHz ସ୍ପେକ୍ଟ୍ରମ କିଣିଛି

ଚଳିତ ଥର ଭାରତୀ ଏୟାରଟେଲ୍ ସବୁଠୁ ଅଧିକ ନିଲାମ ଡାକିଥିବା କମ୍ପାନି ରୂପେ ସାମନକୁ ଆସିଛି । ଏହା ଏଥିପାଇଁ କାରଣ ଏୟାରଟେଲକୁ ସବୁଠୁ ଅଧିକ ସ୍ପେକ୍ଟ୍ରମ ରିନ୍ୟୁଆଲ୍ ପାଇଁ ଆବଶ୍ୟକ ଥିଲା । ମୋଟ ଉପରେ ୧୦ GHzର ୮୦୦ MHzରୁ ୨୬ GHz ଯାଏ ସ୍ପେକ୍ଟ୍ରମ ବିକ୍ରି ପାଇଁ ରଖା ଯାଇଥିଲା । ଏହି ଅଫର୍ ରେଡିଓ ତରଙ୍ଗ ପାଇଁ ଥିଲା, ଯାହା ମୋବାଇଲେ ୮୦୦ MHz, ୯୦୦ MHz, ୧୮୦୦ MHz, ୨୧୦୦ MHz, ୨୩୦୦ MHz, ୨୫୦୦ MHz, ୩୩୦୦ MHz ଏବଂ ୨୬ GHzର ଭଏସ୍ ଏବଂ ଡାଟା ସିଗ୍ନାଲ ନେଇଥାଏ ।

ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ 5G ସ୍ପେକ୍ଟ୍ରମର ନିଲାମୀରେ ୭ ଦିନରେ ରେକର୍ଡ ୧.୫ ଲକ୍ଷ କୋଟି ଟଙ୍କାର ବିକ୍ରି ହୋଇଥିଲା । ସେତେବେଳେ ମୁକେଶ ଅମ୍ୱାନୀ ସବୁଠାରୁ ବଡ଼ ବିଡର୍ ଥିଲେ । ତାଙ୍କ କମ୍ପାନି ଜିଓ ୮୮,୦୭୮ କୋଟି ଟଙ୍କା ସହ ପ୍ରାୟ ଅଧା ଏୟାରୱେଭ କିଣିଥିଲେ ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.