କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଧରାପଡିଲେ ୬ ଅଭିଯୁକ୍ତ

Published By : Prameya-News7 Bureau | November 08, 2024 IST

କଟକ ୦୮/୧୧: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ବୟଫ୍ରେଣ୍ଡ ସହ ସମସ୍ତ ଛଅ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ପ୍ରଥମେ ଯେଉଁ କାଫେରେ ଗଣଦୁଷ୍କର୍ମ ଶିକାର ହୋଇଥିଲେ ସେହି କାଫେ ମାଲିକଙ୍କୁ ଗିରଫ କରାଯାଇଛି । କାଫେ ସିଲ୍ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି । ପୋକ୍ସୋ ସମେତ ଆଇଟି ଆକ୍ଟ, ଏସି ଏସ୍‌ଟି ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । 

ଜବତ ମୋବାଇଲ ଯାଞ୍ଚ ପାଇଁ ସ୍ୱତନ୍ତ୍ର ସେଲ୍‌କୁ ପଠାଯିବ । ଏହି ଛଅ ଜଣ ହିଁ ଅଭିଯୁକ୍ତଙ୍କ ତୁରନ୍ତ ତଦନ୍ତ ସାରି ଚାର୍ଜ ସିଟ୍‌ କରିବା ପାଇଁ ପୋଲିସ କରିବ ଉଦ୍ୟମ । ସେପଟେ ପୀଡ଼ିତ ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି କଟକ ଡିସିପି ଜଗମୋହନ ମିନା । 


ସୂଚନା ଥାଉକି, କଟକରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ବୟଫ୍ରେଣ୍ଡ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ବାରଙ୍ଗ ଥାନା ଅଞ୍ଚଳର । ଅନ୍ୟ ୪ ଜଣ ବାଦାମବାଡ଼ି ଓ ପୁରୀଘାଟ ଥାନା ଅଞ୍ଚଳର । ସମସ୍ତଙ୍କର ବୟସ ୧୯ ରୁ ୨୪ ବର୍ଷ ମଧ୍ୟରେ ହେବ । 

ପୋଲିସ ତଦନ୍ତରୁ ଯାହା ଜଣାପଡିଛି ଯେ, କାଳୀ ଭସାଣି ଦେଖାଇବା ପାଇଁ ଛାତ୍ରୀଙ୍କୁ ଡାକିଥିଲା ତାଙ୍କ ପୁରୁଷ ବନ୍ଧୁ । ଭୋଜିଭାତ ଖାଇବା ପାଇଁ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଜଣକ ତାର ଏକ ସାଙ୍ଗର ସାଇବର କ୍ୟାଫେକୁ ନେଇଥିଲାା । ସେଠାରେ ଛାତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ କୌଶଳକ୍ରମେ ସେହି  ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡିଂ ବି କରିଥିଲା । ପରେ ସେହି ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ୍‌ କରି ପୁରୁଷ ବନ୍ଧୁର ଅନ୍ୟ ୫ ଜଣ ସାଙ୍ଗ ବି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏଭଳି ଚାଞ୍ଚଲ୍ୟକର ଓ ଲଜ୍ଜାଜନକ ଘଟଣା ଘଟିଛି କଟକ ସହରରେ । 

ଏତେ ବଡ଼ ଅଘଟଣ ପରେ ବି ପୀଡ଼ିତା ନ ଡରି ପୋଲିସରେ ଅଭିଯୋଗ କରିବାରୁ ସମସ୍ତ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସମେତ ୪ଜଣ ଅଭିଯୁକ୍ତ କଟକ ସହରର ଗୋଟେ କଲେଜର ଛାତ୍ର ଓ ପୀଡ଼ିତାଙ୍କ ସହପାଠୀ ବୋଲି ଜଣାପଡ଼ିଛି । ଅନ୍ୟଜଣେ ଅଭିଯୁକ୍ତ ସେହି କଲେଜର ପୂର୍ବତନ ଛାତ୍ର । ଏତଲା ପାଇବା ମାତ୍ରେ  ବାଦାମବାଡ଼ି ଥାନା ପୋଲିସ ତତ୍ପରତା ଦେଖାଇ ସମସ୍ତ ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.