ଉଦଳା: ବସ୍- ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ଗୁରୁତର ଆହତ। ଘଟଣା ଘଟିଛି ଶରତ ଥାନା ହଦଗୁଠ ଛକ ନିକଟରେ । ଆହତଙ୍କୁ ଶରତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଶରତ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ବିଜୟା ହଦଗୁଠ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବୋଲେରୋରେ ଥିବା ୫ ସହିତ ବସ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ବୋଲେରୋର ସାମ୍ନା ପାଖ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ତେବେ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଶରତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।