ବଲାଙ୍ଗୀର: ଟ୍ରାକ୍ର ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଲୁପ ଲାଇନରୁ ମେନ ଲାଇନକୁ ଯିବା ପୂର୍ବରୁ ଲାଇନଚ୍ୟୁତ ହୋଇଛି। ଟିଟିଲାଗଡ଼ ଷ୍ଟେସନରୁ ମାତ୍ର କିଛି ମିଟର ଦୂରରେ ଘଟିଛି ଏଭଳି ଘଟଣା।
ସୂଚନା ଅନୁଯାୟୀ, ଶୁକ୍ରବାର ଟିଟିଲାଗଡ଼ରୁ ରାୟପୁର ଯାଉଥିଲା କୋଇଲା ବୋଝେଇ ଟ୍ରେନ । ହେଲେ ଟିଟିଲାଗଡ଼ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଲୁପଲାଇନରୁ ମେନ ଲାଇନକୁ ଯିବା ସମୟରେ ଘଟିଛି ଏଭଳି ଘଟଣା।
ଗୋଟିଏ ବଗି ସମ୍ପୂର୍ଣ୍ଣ ଲାଇନଚ୍ୟୁତ ହୋଇଥିବାବେଳେ ଅନ୍ୟ ୩ଟି ବଗିର ଗୋଟିଏ ଭାଗ ଲାଇନଚ୍ୟୁତ ହୋଇଛି।
ତେବେ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯାଉଥିବାବେଳେ, ସେପଟେ ୫ରୁ ୬ ଘଣ୍ଟା ସମୟ ମଧ୍ୟରେ ମରାମତି ସରିବା ନେଇ ସୂଚନା ରହିଛି।