କାମାକ୍ଷାନଗର ୭।୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ ତାଳଚେର ସେଣ୍ଟ୍ରାଲ କଲୋନୀ ଅଞ୍ଚଳର ବ୍ରାଉନ ସୁଗାର ବେପାରୀ ଏମ.ଡି. ଇସ୍ମାଇଲ । ଏମ.ଡି. ଇସ୍ମାଇଲ ଠାରୁ ୬.୮୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କାମାକ୍ଷାନଗର ପୋଲିସ । ସେ କାମାକ୍ଷାନଗର ଏବଂ ଆଖପାଖ ଅଞ୍ଚଳରେ ବେଶ କିଛି ଦିନ ହେବ ବ୍ରାଉନ ସୁଗାର ବେପାର କରି ଆସୁଥିଲା । ଯାହାର ପର୍ଦ୍ଦାଫାସ କରିଛନ୍ତି କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା । ତେବେ ସବୁଠାରୁ ରୋମାଞ୍ଚକର କଥା ଯେ ସୋମବାର ଦିନ ବିଳମ୍ବିତ ରାତିରେ ଏମ.ଡି. ଇସ୍ମାଇଲ ଏବଂ ଅନିଶ କ୍ୟୁରେସି ଉଭୟ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ତାଳଚେର ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଅନିଶ କ୍ୟୁରେସି ଆଳତୁମା ଗାଁ ରାମିଆଳ ନଦୀ ବ୍ରିଜ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଏମ.ଡି. ଇସ୍ମାଇଲ । ଦୁର୍ଘଟଣା ପରଠାରୁ ଏମ.ଡି. ଇସ୍ମାଇଲ ଉପରେ ପୋଲିସର ସନ୍ଦେହ ଥିଲା । ତେବେ ବୁଧବାର ଭୋର ସମୟରେ ଏମ.ଡି. ଇସ୍ମାଇଲ ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ କିଛି ଦୂରରେ ଆଳତୁମା ଗ୍ରାମ ଛକ ନିକଟରେ ଗ୍ରାହକ ଅପେକ୍ଷାରେ ଥିବାବେଳେ ପୋଲିସ ମାଡିବସି ବ୍ରାଉନସୁଗାର ଜବତ କରିଛି । ତେବେ ବ୍ରାଉନ ସୁଗାରର ଚେର କେଉଁ କେଉଁ ଅଂଚଳକୁ ଲମ୍ବିଛି ଏବଂ କେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ଏବଂ କେଉଁଠାରୁ ବ୍ରାଉନସୁଗାର ଆସୁଛି ତାହାକୁ ନେଇ କାମାକ୍ଷାନଗର ପୋଲିସ ଖୋଳତାଡ଼ ଆରମ୍ଭ କରି ଦେଇଛି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read:
ମଣ୍ଡି ସ୍ଥାନାନ୍ତରକୁ ନେଇ ତାତିଲେ ଚାଷୀ, ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ