କଟକ ୮।୧: କଟକ ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚିଲେ ୧୮ ଜଣ ପ୍ରବାସୀ ଭାରତୀୟ । ସମସ୍ତେ ୟୁନାଇଟେଡ ଆରବ ଏମିରେଟର ଦୁବାଇରୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ପହଞ୍ଚିଥିବା ମୋଟ୍ ଅତିଥିଙ୍କ ସଂଖ୍ୟା ୨୦ରେ ପହଞ୍ଚିଲାଣି । ସମସ୍ତେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିଥିଲେ । ସ୍ୱାଧୀନତା ସଂଗ୍ରାମ ପାଇଁ କିଭଳି ଭାବେ ସଂଗ୍ରାମୀ ମାନେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ତାହାର ସ୍ମୃତିକୁ ଦେଖି ବେଶ୍ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଏମିତିକି ଜଣେ ମହିଳା ପ୍ରବାସୀ ଭାରତୀୟ ସଂଗ୍ରହାଳୟ ବୁଲିବା ସମୟରେ ନେତାଜୀଙ୍କ ସ୍ମୃତିକୁ ମନେ ପକାଇ କାନ୍ଦି ପକାଇଥିଲେ । ସବୁଠାରୁ ବଡ଼ କଥା ହେଲା କି କଟକ ଆସିବା ପରେ କଟକ ର ଆତିଥ୍ୟ କୁ ବେଶ୍ ପ୍ରଶଂସା କରିଛନ୍ତି।
You Can Read:
ପ୍ରଥମେ ଅପହରଣ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଦେବାକୁ ଧମକ : ଦୁଇଟି ଘଟଣାରେ ଗିରଫ ହେଲେ ୬ ଜଣ