ମଣ୍ଡି ସ୍ଥାନାନ୍ତରକୁ ନେଇ ତାତିଲେ ଚାଷୀ, ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ

Published By : Prameya-News7 Bureau | January 07, 2025 IST

ଆଠଗଡ଼ ୭।୧: ମଣ୍ଡି ସ୍ଥାନ ପରିବର୍ତ୍ତନକୁ ନେଇ ତାତିଲେ ଚାଷୀ । ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଚାଲୁଥିବା ମଣ୍ଡିର ସ୍ଥାନ କାହିଁକି ପରିବର୍ତ୍ତନ କରାଗଲା ବୋଲି ଚାଷୀ ମାନେ ପ୍ରଶାସନକୁ ପ୍ରଶ୍ନ କହିଛନ୍ତି । ଏନେଇ ଶତାଧିକ ଚାଷୀ ଆଠଗଡ଼ ଉପଜିଲ୍ଲାପାଳଙ୍କ ଠାରୁ ନେଇ ସହକାରୀ ନିବନ୍ଧକ (ଏଆରସିଏସ) ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଛନ୍ତି । 

ଆଠଗଡ ବ୍ଲକ୍ ଛଅଗାଁ ସୋସାଇଟିର କୁମାରପୁର ପଞ୍ଚାୟତର ଚାଷୀମାନେ ଏହି ଦାବିପତ୍ର ଦେବା ସହ ୨୦୧୨ ମସିହା ଠାରୁ ହେଉଥିବା ମଣ୍ଡି ସ୍ଥାନରେ ସମସ୍ତ ସୁବିଧା ଥିବାବେଳେ ଏହାକୁ ପରିବର୍ତ୍ତନ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ । ମୁଖ୍ୟ ରାସ୍ତା ଠାରୁ ନିକଟରେ ଥିବା ସହ ଚାଷୀ ମାନଙ୍କ ପାଇଁ ପିଇବା ପାଣି, ଇଲେକ୍ଟ୍ରି, ପାଖରେ କଲ୍ୟାଣମଣ୍ଡପ, ଆଦି ସବୁ ପ୍ରକାର ସୁବିଧା ଥିବାବେଳେ ଏହାକୁ ପରିବର୍ତ୍ତନ ନକରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ତାଙ୍କ ସମସ୍ୟାର ତ୍ୱରିତ ପଦକ୍ଷେପ ଗ୍ରହଣ କରି ଏହି ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ହେବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ । ଏନେଇ ତଦନ୍ତ କରି ଯେଉଁଠାରେ ସମସ୍ତ ସୁବିଧା ଥିବ ସେଠାରେ ମଣ୍ଡି କରାଯିବା ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

You Can Read:

ଡବଲ୍ ଡେକର୍ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗଡ଼ିଲା ୫ ବସ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.