‘ଗୋଟିଏ ପିଢିରେ ବୁମରାଙ୍କ ପରି ବୋଲର ଥରେ ଜନ୍ମ ନିଅନ୍ତି, ସେ ସବୁଠୁ ମୂଲ୍ୟବାନ ଖେଳାଳି’

Published By : Prameya-News7 Bureau | September 15, 2024 IST

livehindustan

ନୂଆଦିଲ୍ଲୀ: ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ବୁମରାଙ୍କ ପରି ବୋଲର ପିଢିରେ ଥରୁଟିଏ ଜନ୍ମ ନିଅନ୍ତି। ଟି-୨୦ ବିଶ୍ଵକପରେ ଭାରତକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବୁମରା ପାଖାପାଖି ତିନି ମାସ ପରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ବୁମରା ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳ ବୋଲିଂର ନେତୃତ୍ଵ ନେଉଥିବା ଦେଖିବାକୁ ପାଇବେ। 

ବିମଲ କୁମାରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ସହ ଆଲୋଚନା ବେଳେ ଅଶ୍ଵିନ କହିଛନ୍ତି, ଭାରତ ସର୍ବଦା ବ୍ୟାଟରଙ୍କୁ ନେଇ ପରିଚିତ ଥିଲା। କିନ୍ତୁ ଏବେ ଭାରତ ବୋଲିଂକୁ ନେଇ ଏକ ଶକ୍ତିଶାଳୀ ଦେଶ ପାଲଟିଛି। ଆଉ ଦଳରେ ଯଶପ୍ରୀତ ବୁମରାଙ୍କ ବୋଲର ରହିଛନ୍ତି, ଯାହାକୁ ନେଇ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍। ସଂପ୍ରତି ବୁମରା ଭାରତୀୟ କ୍ରିକେଟର ସବୁଠୁ ବହୁମୂଲ୍ୟ ଖେଳାଳି।

୩ ବର୍ଷର କ୍ୟାରିୟର, ରାଜାଙ୍କ ପରି ଜୀବନ ବିତାନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଟାର ପ୍ଲେୟର ! ଦେଖନ୍ତୁ କିଛି ଚିତ୍ର...

ଅଶ୍ଵିନ କହିଛନ୍ତି, ବୁମରାଙ୍କ ପରି ବୋଲର ପିଢିରେ ଥରୁଟିଏ ଜନ୍ମ ନିଅନ୍ତି। ଯେଉଁ ଦେଶରେ ବ୍ୟାଟରଙ୍କ ପ୍ରଭାବ ରହି ଆସିଛି, ସେଠି ବୁମରା ବୋଲର ଭାବେ ଉତ୍ସବ ପାଳନ କରୁଛନ୍ତି। ବଡ ଟୁର୍ଣ୍ଣାମେଣ୍ଟରେ ବୁମରାଙ୍କ ଅନୁପସ୍ଥିତି ଭାରତକୁ ମହଙ୍ଗା ପଡ଼ିଛି। ସେ ପଡ଼ିଆରେ ରହିଲେ ଭାରତର ବିଜୟ ସମ୍ଭାବନା ଉଜ୍ଜୀବିତ ରହୁଛି। ତେଣୁ ବୁମରା ଭାରତୀୟ କ୍ରିକେଟ୍‌ ଦଳର ସବୁଠୁ ମୂଲ୍ୟବାନ ଖେଳାଳି। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.