ଅଲୋଡ଼ା ହେଲା ଶିଶୁ, ଶ୍ମଶାନରେ ନବଜାତ ଶିଶୁକୁ ଝୁଣି ଖାଇଲେ କୁକୁର

Published By : Prameya-News7 Bureau | September 17, 2024 IST

ଭଦ୍ରକ ୧୭।୯: ଶ୍ମଶାନରେ ଶିଶୁକୁ ଝୁଣି ଖାଇଲା କୁକୁର । ନବଜାତକଟି ପୁଅ କିମ୍ବା ଝିଅ ଜଣା ପଡିନାହିଁ । ଭଦ୍ରକ ସହରର ଗାନ୍ଧୀ ପଡିଆ ନିକଟ ଗାନ୍ଧୀ ପଡିଆ ଶ୍ମଶାନରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଭଦ୍ରକ  ଗାନ୍ଧୀ ପଡିଆ ଶ୍ମଶାନରେ କୁକୁର ପଲଙ୍କୁ ଦେଖିବାକୁ ମିଳିଥିଲା । ପରେ ଯେତେବେଳେ ସ୍ଥାନୀୟ ଲୋକେ ଦେଖିଥିଲେ ଯେ କୁକୁର ପଲ ନବଜାତ ଶିଶୁଟିକୁ ଝୁଣି ଖାଉଥିଲେ । ତେବେ ନବଜାତକକୁ କେହି ଜୀବିତ କିମ୍ବା ମୃତ ଅବସ୍ଥାରେ ଫିଙ୍ଗିଥିବା ଅନୁମାନ କରାଯାଉଛି । ଶ୍ମଶାନ ନିକଟରେ ଏକ ଘରୋଇ ନର୍ସିଂହୋମ ଥିବାରୁ କେହି ନବଜାତ ଶିଶୁକୁ ଏଠାରେ ଫିଙ୍ଗିଥିବା ଅନୁମାନ କରାଯାଉଛି ।

You Can Read:

ଗାଡ଼କଣରେ PM ଆବାସ ହିତାଧିକାରୀଙ୍କ ଘରେ ଖିରି ଖାଇଲେ ପ୍ରଧାନମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.