ମୁମ୍ୱାଇ ୦୧/୦୨: ବଲିଉଡ୍ର ମିଷ୍ଟର ପରଫେକନିଷ୍ଟ । ମାନେ ଆମୀର ଖାନ୍ । ଚର୍ଚ୍ଚାରେ ତାଙ୍କର ପ୍ରେମ ସଂପର୍କ । ୫୯ ବର୍ଷ ବୟସରେ କରିବାକୁ ଯାଉଛନ୍ତି ତୃତୀୟ ବିବାହ । କାରଣ ତାଙ୍କର ଲଭ୍ ଲାଇଫ୍ ନେଇ ଜୋରଦାର ଚର୍ଚ୍ଚା । ପୂର୍ବରୁ ବି ତାଙ୍କର ବ୍ୟକ୍ତିଗତ ଲାଇଫ୍ କୁ ନେଇ ଅନେକ ଉତ୍ଥାନ ପତ୍ତନ ରହିଛି । ଆମୀର ଖାନଙ୍କର ଦୁଇ ଦୁଇଟି ବିବାହ ଭାଙ୍ଗି ଯାଇଛି ।
ଏବେ ପୁଣିଥରେ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚା । କାରଣ ସେ କୁଆଡେ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ କହୁଛି ତାଙ୍କ ଜୀବନରେ ପୁଣିଥରେ ପ୍ରେମ ଏଣ୍ଟ୍ରି ମାରିଛି । ସେ ପୁଣି ଜଣେ ଯୁବତୀ । ବେଙ୍ଗାଲୁରୁ ରହୁଥିବା ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି ଆମୀର । ଏମିତିକି ପରିବାରକୁ ତାଙ୍କ ସହ ଭେଟ କରାଇସାରିଲେଣି । ସେ କୁଆଡେ ସିରିୟସ ରିଲେସନସିପ୍ରେ ଅଛନ୍ତି । ଏପର୍ଯ୍ୟନ୍ତ ସେ କିଛି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । କିନ୍ତୁ ଦୁଇଜଣଙ୍କ ସଂପର୍କ ଏବେ ଖୁବ୍ ସିରିୟସ ।
କହିବାକୁ ଗଲେ ୧୯୮୬ରେ ପ୍ରଥମ ପତ୍ନୀ ରୀନାଙ୍କୁ ବିବାହ କରିଥିଲେ ଆମୀର । ଏହି ବିବାହରୁ ତାଙ୍କର ଦୁଇ ପିଲା ବି ଅଛନ୍ତି । ପରେ ୨୦୦୨ରେ ଦୁଇ ଜଣଙ୍କ ଛାଡପତ୍ର ହୋଇଥିଲା । ଏହା ପରେ ୨୦୦୫ରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ଏହି ବିବାହ ବି ବେଶିଦିନ ଚାଲିପାରିନଥିଲା । ୨୦୧୧ରେ ଦୁଇଜଣଙ୍କ ଛାଡପତ୍ର ଘୋଷଣା ହୋଇଥିଲା । ଏହି ବିବାହରେ ବି ଆମୀରଙ୍କର ଗୋଟିଏ ପୁଅ ଅଛି । ଏବେ ତୃତୀୟ ଥର ପାଇଁ ସେ ୫୯ ବର୍ଷରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।
also read..
ମହାକୁମ୍ଭରେ ଭଣ୍ଡାରା ଖାଇଲେ 'ହ୍ୟାରି ପୋଟର', ଭାଇରାଲ ହେଲା ଭିଡିଓ