ନୂଆଦିଲ୍ଲୀ ୦୧।୦୨: ଅଭିନୟ ଦୁନିଆ । କିଛି ହିଟ୍ ହୁଅନ୍ତି ତ ଆଉ କିଛି ହୁଅନ୍ତି ଫ୍ଲପ୍ । କିନ୍ତୁ ଏପରି ଅନେକ ଅଛନ୍ତି ଯାହାଙ୍କ ଭାଗ୍ୟ ଦେଇଥାଏ ସାଥ୍ । ଆଉ ସେମାନେ ବହୁତ କମ୍ ବୟସରେ ହୋଇଥାନ୍ତି ସଫଳ । ଏପରି ଜଣେ ଅଭିନେତ୍ରୀ ଏବେ ଖୁବ୍ ଚର୍ଚ୍ଚାରେ । ସେ ମାତ୍ର ୨୩ ବର୍ଷ ବୟସରେ ନିଜ ଷ୍ଟାରଡମ୍ ତିଆରି କରିଛନ୍ତି । ଆଉ ରୋଜଗାର କରୁଛନ୍ତି କୋଟିକୋଟି । ଖାସ୍ କଥା ହେଉଛି ଅଭିନେତ୍ରୀ ଜଣଙ୍କ ଗୋଟିଏ ଟିଭି ଏପିସୋଡ୍ ପାଇଁ ଚାର୍ଜ କରିନ୍ତି ୧୮ ଲକ୍ଷ ଟଙ୍କା । ଯାହା କୌଣସି ବଡ ଟିଭି ଆକ୍ଟ୍ରେସ୍ଙ୍କ ଠାରୁ ଅଧିକ । ଏହାବ୍ୟତୀତ ସେ କିଙ୍ଗଖାନ୍ ଶାହରୁଖଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ୨୫୦ କୋଟି ସମ୍ପତ୍ତିର ମାଲିକାଣୀ ।
ଏହି ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଜନ୍ନତ ଜୁବୈର । ତାଙ୍କୁ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀ କୁହାଯାଏ । ଏହି ଅଭିନେତ୍ରୀ କମ୍ ବୟସରେ ପାଇଛନ୍ତି ଅନେକ ସଫଳତା । ଜନ୍ନତଙ୍କର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ରହିଛନ୍ତି ଫଲୋଅର୍ସ । ଆଉ ଏହି ଦୃଷ୍ଟିରୁ ବଲିଉଡ ବାଦ୍ଶାହାଙ୍କୁ ପଛରେ ପକାଇ ଦେଇଛନ୍ତି ୨୩ ବର୍ଷୀୟା ଅଭିନେତ୍ରୀ । ଶାହରୁଖଙ୍କର ଇନଷ୍ଟାଗ୍ରାମ୍ ରହିଛନ୍ତି ୪୬ ମିଲିୟନ ଫଲୋଅର୍ସ । କିନ୍ତୁ ମାତ୍ର ୨୩ ବର୍ଷ ବୟସରେ ଜନ୍ନତଙ୍କର ଇନଷ୍ଟାଗ୍ରାମ ରହିଛନ୍ତି ୪୯.୭ ମିଲିୟନ ଫୋଲୋଅର୍ସ । କେବଳ ଏତିକି ନୁହେଁ ନିଜର ସମ୍ପତ୍ତି ପାଇଁ ମଧ୍ୟ ସେ ଅନେକ ନାମିଦାମୀ ଅଭିନେତାଙ୍କୁ ପଛରେ ପକାଇଛନ୍ତି ।
୨୦୦୧ ମସିହା ଅଗଷ୍ଟ ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜନ୍ନତ । ସେ ଟେଲିଭିଜନରେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଫିଲ୍ ଜଗତର ଜଣେ ପ୍ରମୁଖ ଷ୍ଟାର୍ ଭାବରେ ମଧ୍ୟ ବେଶ୍ ଜଣାଶୁଣା । ଜନ୍ନତ ଦିଲ୍ ମିଲ୍ ଗୟେ, କାଶୀ: ଅବ୍ ନା ରହେ ତେରା କାକା, ଫୁଲୱା, ମହାରାଣା ପ୍ରତାପ, ତୁ ଆସିକି ଏବଂ ଫିୟର ଫାଇଲ୍ସ ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରିଛନ୍ତି । ସେ ରାଣୀ ମୁଖାର୍ଜୀଙ୍କ ଅଭିନୀତ ବଲିଉଡ୍ ଚଳଚ୍ଚିତ୍ର ହିଚକିରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିୟର ଫ୍ୟାକ୍ଟର ଖତରୋଁ କେ ଖିଲାଡି ୧୨ ଏବଂ ଅନେକ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଛନ୍ତି ।
'ଖତରୋଁ କେ ଖିଲାଡିରେ' ସେ ସମସ୍ତ ପ୍ରତିଯୋଗୀଙ୍କ ଠାରୁ ଅଧିକ ପାରିଶ୍ରମିକ ପାଉଥିଲେ । ସେ ଖତରୋଁ କେ ଖିଲାଡିରେ ପ୍ରତି ଏପିସୋଡ୍ ପାଇଁ ନେଉଥିଲେ ୧୮ ଲକ୍ଷ ଟଙ୍କା । ଏହାବ୍ୟତୀତ ଲାଫଟର୍ ଚ୍ୟାଲେଞ୍ଜର ଗୋଟିଏ ଏପିସୋଡରେ ୨ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଥିଲେ । ଏହାବ୍ୟତୀତ ଜନ୍ନତ ସୋସିଆଲ ମିଡିଆର ପ୍ରତି ପୋଷ୍ଟରୁ ୧.୫ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ସେ ମୁମ୍ବାଇ ଭଳି ଦାମୀ ସହରରେ ନିଜସ୍ୱ ଘର କିଣିଛନ୍ତି । ସେ କେବଳ ଜଣେ ସଫଳ ଅଭିନେତ୍ରୀ ତାନୁହେଁ ଜଣେ ସଫଳ ବ୍ୟବସାୟୀ ମଧ୍ୟ ।