ଐଶ୍ଵର୍ଯ୍ୟାଙ୍କୁ ଧୋକ୍କା ଦେଇଛନ୍ତି ଅଭିଷେକ, ଏହି ଅଭିନେତ୍ରୀଙ୍କ ପାଇଁ ସମ୍ପର୍କରେ ଆସିଥିଲା ଦୂରତା !

Published By : Prameya-News7 Bureau | October 10, 2024 IST

ମୁମ୍ଵାଇ ୧୦।୧୦; ବଲିଉଡ୍‌ର ଷ୍ଟାର କପଲ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ। ତାଙ୍କ ବିଷୟରେ ଏକ ଗୁଜବ ଆସିଛି । ଯାହା ଖବରକୁ ଚର୍ଚ୍ଚାକୁ ଆଣିଛି ।  ସେମାନଙ୍କ ମଧ୍ୟରେ ସବକିଛି ଠିକ୍ ନାହିଁ, ଏହିପରି ରିପୋର୍ଟ କ୍ରମାଗତ ଭାବରେ ଆସୁଛି।  ପ୍ରତ୍ୟେକ ଇଭେଣ୍ଟରେ ସେ ଯେପରି ଭିନ୍ନ ଦେଖାଯାଉଛନ୍ତି। ହେଲେ ବର୍ତ୍ତମାନ ଏହି ସମୟରେ ରେଡ୍ଡିଟ୍ରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଉଛି ଯେ ଦୁହେଁ ଅଲଗା ଅଛନ୍ତି ଏବଂ ଏହାର କାରଣ ହେଉଛି ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଧୋକ୍କା ଦେଇଛନ୍ତି ।  

ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଧୋକ୍କା ଦେଇଛନ୍ତି କି?

ନିକଟରେ ଜଣେ ରେଡ୍ଡିଟ୍ ୟୁଜର୍ସ କହିଛନ୍ତି ଯେ ଅଭିଷେକ ଏବଂ ଐଶ୍ଵର୍ଯ୍ୟା ରାୟଙ୍କ ମଧ୍ୟରେ ଦୂରତା ଅଛି। କେବଳ ଏତିକି ନୁହେଁ, ଏଥିରେ ଯାହା ଲେଖା ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଡ୍ଡିଟ୍ ୟୁଜର୍ସ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, 'ଐଶ୍ଵର୍ଯ୍ୟା ଏବଂ ଅଭିଷେକ ଦୀର୍ଘ ସମୟ ଧରି ଅଲଗା ହୋଇଯାଇଛନ୍ତି ଏବଂ ଏହାର କାରଣ ହେଉଛି ଅଭିଷେକ ତାଙ୍କ ପତ୍ନୀଙ୍କୁ ଧୋକା ଦେଇଛନ୍ତି । | ଏହା ସହିତ ଅଭିନେତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଏହା ତାଙ୍କ ଦସଭି କୋ-ଷ୍ଟାତ ନିମରତ କୌର ।  ଏହି ରେଡ୍ଡିଟ୍ ୟୁଜର୍ସ ଏହା ମଧ୍ୟ ଲେଖିଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଅଭିଷେକଙ୍କ ଠାରୁ ଦୂରରେ ରହିଛନ୍ତି ଏବଂ ଉଭୟ ଅଭିନେତ୍ରୀଙ୍କ ମା’ଙ୍କ ଘରେ ରହୁଛନ୍ତି। ଇଭେଣ୍ଟ ହେଉ ବା ଆୱାର୍ଡ ଶୋ ସବୁଆଡେ ଏକୁଟିଆ ଯାଉଥିଲେ। 

ଐଶ୍ୱର୍ଯ୍ୟା ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅସୁବିଧାରେ ପଡିଛନ୍ତି। ତାଙ୍କର ଏହି ସମସ୍ୟା ହେତୁ ଓଜନ କମାଇବା କଷ୍ଟକର ହୋଇପଡ଼ିଛି । ଏହି ପୋଷ୍ଟରେ କୁହାଯାଇଛି ଯେ ଅଭିଷେକ ଏବଂ ଐଶଙ୍କ ମଧ୍ୟରେ ଜିନିଷ ଖରାପ ହେବାକୁ ଲାଗିଲା ଯେତେବେଳେ ଅଭିନେତା ଦସଭିଙ୍କ ସେଟରେ ନିମରତ କୌରଙ୍କ ପାଇଁ ତାଙ୍କ ପତ୍ନୀଙ୍କୁ ଧୋକା ଦେଇଥିଲେ ।  ପରେ ଅଭିଷେକ ତାଙ୍କ ଭୁଲକୁ ମାନିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ନିମ୍ରତଙ୍କ ଠାରୁ ନିଜକୁ ଦୂରେଇ ରଖିଛନ୍ତି। ତଥାପି ଐଶ୍‌ ତାଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ଏବଂ ଶୀଘ୍ର ଛାଡପତ୍ର ଆଡକୁ ଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.