ସାଲେପୁର ୧୩।୮: ପୋଲିସ ହେପାଜତରୁ ସାଲେପୁର ମେଡିକାଲ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଧରାପଡିଛି । ୬ ଦିନ ତଳେ ଫେରାର ହୋଇଥିବା ବେଳେ ସାଲେପୁର ପୋଲିସ ଗିରଫ କରିଛି । ସିସିଟିଭିରେ ପୋଲିସ ହେପାଜତରୁ ଖସିଯିବା ବେଳର ଦୃଶ୍ୟ କଏଦ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଅପରାହ୍ନରେ ନେମାଳ ଥାନା ନଗସପୁର ନଈଗୁଆଁ ଅଞ୍ଚଳର ଦୀନବନ୍ଧୁ ମହାରଣା ସାଲେପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶିଇଲେ । ତାଙ୍କ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିଥିବା ନେଇ ସଂପୃକ୍ତ ଯୁବକଙ୍କୁ ଘରଲୋକ କାବୁ କରି ପୋଲିସ ଜିମା ଦେଇଥିଲେ । ସାଲେପୁର ପୋଲିସ ଦୀନବନ୍ଧୁକୁ ଗିରଫ କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ପାଇଁ ନେଇଥିବା ବେଳେ ସେ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁ କଟକ ଗ୍ରାମାଞ୍ଚଳ ଏସ୍ପି ଏଲ ଦିବ୍ୟା ଜଣେ କନେଷ୍ଟବଳ ଓ ଜଣେ ହୋମାଗାର୍ଡଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ I ସେବେଠାରୁ ଦୀନବନ୍ଧୁ ଫେରାର ଥିଲେ । ସାଲେପୁର ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସାଲେପୁର ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ବରେ ଫେରାର ଅଭିଯୁକ୍ତକୁ ଗିରଫ କରିଛି । ମଙ୍ଗଳବାର ପୁଣି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
You Can Read:
ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ ମହିଳା, ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ