ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ ମହିଳା, ଉଦ୍ଧାର ହେଲା କ୍ଷତବିକ୍ଷତ ମୃତଦେହ

Published By : Prameya-News7 Bureau | August 13, 2024 IST

ପଟ୍ଟାମୁଣ୍ଡାଇ ୧୩: ପଟ୍ଟାମୁଣ୍ଡାଇ କିଛିଦିନର ବ୍ୟବଧାନ ପରେ ପୁଣି ନରହନ୍ତା ସାଜିଲା କୁମ୍ଭୀର l କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ୫୫ ବର୍ଷ ବୟସ୍କା ମହିଳା ମଞ୍ଜୁଲତା ଭଞ୍ଜ ସୋମବାର ଅପରାହ୍ନ ୪ଟା ସମୟରେ ବାସନ ମାଜିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ମଞ୍ଜୁଲତା ଘରକୁ ନଫେରିବାରୁ ଘର ଲୋକେ ପାଖ ବ୍ରାହ୍ମଣୀ ନଦୀକୂଳକୁ ଯାଇ ଖୋଜାଖୋଜି କରିଥିଲେ l ହେଲେ  ନଦୀକୂଳରେ ବାସନ ପଡିଥିବା ବେଳେ ମଞ୍ଜୁଳାକୁ ପାଇନଥିଲେ । ପରିବାର ଲୋକ ଓ ଗ୍ରାମବାସୀ କୁମ୍ଭୀର ଟାଣି ନେଇଥିବା ସନ୍ଦେହରେ ଅଗ୍ନିଶମ ବିଭାଗକୁ ଫୋନ୍ କରିବା ସହିତ ଡଙ୍ଗାରେ ଖୋଜାଖୋଜି କରିଥିଲେ । ମଞ୍ଜୁଳାଙ୍କ ପତ୍ତା ମିଳିନଥିବା ବେଳେ ମଙ୍ଗଳବାର କୁଳସାହି ଆଶ୍ରମ ନିକଟ ନଦୀରୁ ମଞ୍ଜୁଳାଙ୍କ କ୍ଷତବିକ୍ଷତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା l ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ମଞ୍ଜୁଳାଙ୍କ ମୃତଦେହ ଉଦ୍ଧାର କରିଛି I ଗତ ବର୍ଷ କୁମ୍ଭୀର ଆକ୍ରମଣ ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନଥିବା ବେଳେ ମଞ୍ଜୁଲତାଙ୍କୁ କୁମ୍ଭୀର ଟାଣି ନେବା ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

You Can Read:

ରୋଷେଇ ବେଳେ ଫାଟିଲା ପ୍ରେସର କୁକର, ଅଳ୍ପକେ ବର୍ତ୍ତିଲେ ମା’ ଓ ଝିଅ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.