ଅଦିନିଆ ବର୍ଷା ଉଜାଡ଼ି ଦେଲା ଚାଷ : କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | December 26, 2024 IST

କେନ୍ଦ୍ରାପଡ଼ା।ଛତ୍ରପୁର ୨୬।୧୨: ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚାଷୀ ମୁଣ୍ଡରେ ପଡିଛି ଚଡ଼କ । କେମିତି ସୁଝିବେ ଋଣ । ଋଣ ବୋଝ ଯୋଗୁଁ ରାଜ୍ୟରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଡ଼େରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁର ଚାଷୀ ଭାବଗ୍ରାହୀ ମଲ୍ଲିକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ତେବେ ଲଗାଣ ବର୍ଷା ଯୋଗୁ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଯିବା ଯୋଗୁଁ ଭାବଗ୍ରାହୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି l ବୁଧବାର ସକାଳେ ଚାଷ ଜମି ଦେଖି ଆସିବା ପରେ ତାଙ୍କର ହୃଦଘାତ ହୋଇଥିଲା l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଭାବଗ୍ରାହୀଙ୍କର ୩ ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି l

ସେପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି ।

ମୃତକ ହେଲେ ବରଙ୍ଗ ଗାଁର ଭାଗଚାଷୀ ବନମାଳୀ ପେଣ୍ଠେଇ । ଲଗାଣ ବର୍ଷାରେ ଚାଷ ଜମି ନଷ୍ଟ ହେଉଥିବାରୁ ଚିନ୍ତାରେ ଥିଲେ । ଧାର କରଜ କରି ଚାଷ କରିଥିଲେ । ଘଟଣାସ୍ଥଳରେ ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

You Can Read:

FAQ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରମାଇଜ୍ କରିହେବନି, କେତେ କୋହଳ କରିହେବ ନିଷ୍ପତ୍ତି ନେବେ ଜିଲ୍ଲାପାଳ : ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.