କଟକ ୧୮।୯: ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ହାଇକୋର୍ଟରେ ଦାୟର ହେଲା ମାମଲା । ଛାତ୍ର ସଂଗଠନ ଏବିଭିପି ପକ୍ଷରୁ ରିଟ୍ ପିଟିସନ ଦାୟର । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛି ସଂଗଠନ । ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଶିକ୍ଷା ନିର୍ଦ୍ଦେଶକ ଏଥିରେ ପକ୍ଷଭୁକ୍ତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ନହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ନିର୍ବାଚନ ତାରିଖ ବାବଦରେ କୌଣସି ଉଲ୍ଲେଖ ନାହିଁ ।
wp:embed {"url":"https://www.prameyanews7.com/there-will-be-student-parliament-elections-this-year/","type":"wp-embed","providerNameSlug":"prameya-news-7"} /wp:embedଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି ହୋଇଆସୁଛି । ଏହାରି ଭିତରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଚଳିତ ବର୍ଷ ନିର୍ବାଚନ ହେବ ନାହଁ । ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ ।
ଯେଉଁଥିପାଇଁ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । କେଉଁ କେଉଁ ଦିନ ଛୁଟି ହେବ ଉଲ୍ଲେଖ ରହିଛି ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଅନୁମେୟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ସେହିଭଳି ସେମିଷ୍ଟର(୨ୟ/୪ର୍ଥ/୬ଷ୍ଠ) ପରୀକ୍ଷା ୨୦୨୪ ମେ’ ଦ୍ବିତୀୟ ସପ୍ତାହରେ କରାଯିବ ନଭେମ୍ବର ୧ରୁ ୧୦ ମଧ୍ୟରେ ବାର୍ଷିକ କ୍ରୀଡ଼ା/ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
You Can Read :
wp:embed {"url":"https://www.prameyanews7.com/three-accused-arrested-in-jajpur-road/","type":"wp-embed","providerNameSlug":"prameya-news-7"} /wp:embed