ଦାରିଙ୍ଗବାଡି ୧୫।୧: ଆମ ଗୁହାରୀ ଶୁଣୁନାହାନ୍ତି ଆମ ସରପଞ୍ଚ । ଗ୍ରାମରେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସେବା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସିମେଲକିଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ୧ ନମ୍ବର ୱ।ର୍ଡ଼ ସିମେଲକିଆ ଗ୍ରାମରେ ରହିଛି ଟେଟେପଦର ଏବଂ ମାସନପାଙ୍ଗା ଗାଁ । ଏହି ଗାଁରେ ୩୦ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ନା ପହଞ୍ଚି ପାରିଛି ବିଶୁଦ୍ଧ ପାନୀୟ ଜଳ ନା ବିଦ୍ୟୁତ ସେବା । କେବଳ ସେତିକି ନୁହେଁ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମରେ ନଳକୂପ ଗୋଟେ ବସିପାରିଲାନି । ଗାଁ ନିକଟରେ ଥିବା ଚୁଆ ପାଣି ହିଁ ସାହା ଭରସା ବୋଲି ଗ୍ରାମବାସୀ କହିଛନ୍ତି । ଭୋଟ୍ ସମୟ ଆସିଲେ ସମସ୍ତେ ଗାଁକୁ ଆସନ୍ତି ବଡ଼ ବଡ଼ କଥା କୁହନ୍ତି । ଗ୍ରାମରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି । ଭୋଟ୍ ପାଇଁ ଜିତିଲା ପରେ ଗାଁକୁ ଆସନ୍ତି ନାହିଁ । ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଆମେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଭୋଟ୍ ଦେଇଥିଲୁ ଏବଂ ଜିତାଇଥିଲୁ । ଦରକାର ପଡିଥିଲା ବୋଲି ସେ ଆମ ଗାଁକୁ ଆସୁଥିଲେ । ଏବେ ଆମେ ପଞ୍ଚାୟତ ଆସି ଗୁହାରି କଲେ ହଁ ଦେଖିବା, ବ୍ଲକକୁ ଜଣାଇବି କହି କହି ତିନି ବର୍ଷ ବିତି ଗଲାଣି କିନ୍ତୁ ଆମ ଗ୍ରାମରେ ଆଜି ପର୍ଯ୍ୟନ୍ତ ନଳକୂପ ଗୋଟେ ଖୋଳା ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମରେ ଏବେବି ଡିବିରି ଆଲୁଅ ସାହା ଭରସା ବୋଲି ଅଞ୍ଚଳବାସୀ କହିଛନ୍ତି । ବିଦ୍ୟୁତ ପାଇଁ ବାଲିଗୁଡା ସବ ଡିଭିଜନ ଫୁଲବାଣୀ ଡିଭିଜନରେ ପହଞ୍ଚି ଲିଖିତ ଅଭିଯୋଗ ପରେ ବି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ତେବେ ଟେଟେପଦର ଗ୍ରାମକୁ ତୁରନ୍ତ ବିଦ୍ୟୁତ ଏବଂ ବିଶୁଦ୍ଧ ପାନୀୟ ଜଳ ସୁବିଧା ଯୋଗାଇ ଦେବା ପାଇଁ ଗ୍ରମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ।
You Can Read:
ମହାପ୍ରଭୁଙ୍କ ସେବା ବେଳେ ଟଳିପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ