ନାବାଳିକାଙ୍କୁ ନିର୍ଯାତନା ଘଟଣା : ଅଭିଯୁକ୍ତ SI ଗିରଫ, ୪ ମାସ ହେଲା ସ୍ଥାନ ଓ ବେଶ ବଦଳାଇ ଫେରାର ଥିଲା

Published By : Prameya-News7 Bureau | August 20, 2025 IST

ଜଗତସିଂହପୁର ୨୦।୮: ଜଗତସିଂହପୁରରେ ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଫେରାର ଅଭିଯୁକ୍ତ ଗିରଫ ସୂଚନା । ଅଭିଯୁକ୍ତ ପୋଲିସ ଏସ୍‌ଆଇ ଅମିତ ପାଢ଼ୀକୁ ରାଜ୍ୟ ବାହାରୁ ଗିରଫ କରିଛି ପୋଲିସ । ଜଗତସିଂହପୁର ପୋଲିସ ସ୍ପେଶାଲ ସ୍କ୍ୱାଡ୍‌ର ୪ ଜଣିଆ ଟିମ୍ ଅମିତକୁ ବିଶାଖାପାଟଣାରୁ ଗିରଫ କରିବାରେ ସଫଳ ହୋଇଛି । ଏହି ନେଇ ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦଗାତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଚାରି ମାସ ହେଲା ଫେରାର ଥିଲେ ଅଭିଯୁକ୍ତ ଏସ୍‌ଆଇ ଅମିତ ପାଢ଼ୀ । ଅମିତ ବିରୋଧରେ ଅପହରଣ, ଦୁଷ୍କର୍ମ, ଯୌନ ନିର୍ଯାତନା ଓ ବାଲ୍ୟ ବିବାହ ଭଳି ସଙ୍ଗୀନ ଦଫା ଲାଗିଛି । ଜଗତସିଂହପୁର ପୋଲିସ ପକ୍ଷରୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଅମିତ ସ୍ଥାନ ଓ ବେଶ ବଦଳାଇ ଫେରାର ହୋଇଯାଉଥିଲା । ମାତ୍ର ଜମଙ୍ଗଳବାର ପୋଲିସର ସ୍ୱତନ୍ତ୍ର ଟିମ୍ ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି ।

ବାଲେଶ୍ଵର ଜିଲ୍ଲାର ପୋଲିସ ସବ୍ ଇନ୍ସପେକ୍ଟର ପୁରୀରେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ସୋସିଆଲ ମିଡିଆରେ ପ୍ରେମଜାଲରେ ଫସାଇ ଯୁବତୀଙ୍କ ପରିବାର ଅଗୋଚରରେ ବାଲ୍ୟବିବାହ କରିଥିଲା । ପରେ ଅମିତ ଓ ତାଙ୍କ ପରିବାର ଲୋକେ ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଜଗତସିଂହପୁର ସଦର ଥାନାରେ ଗତ ଅପ୍ରେଲ ମାସରେ ହୋଇଥିଲା । ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଏତଲା ପରେ ଅମିତକୁ ପୋଲିସ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା । ଗତ ୪ ମାସ ହେଲା ଅମିତ ଫେରାର ରହିଥିବା ବେଳେ ମଙ୍ଗଳବାର ପୋଲିସ ଅମିତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।


You Can Read:

ଆତ୍ମସମର୍ପଣ କଲେ ଇନାମୀ ମାଓ ଦମ୍ପତି, ମୁଖ୍ୟସ୍ରୋତରେ ୪ ହାର୍ଡକୋର ମାଓବାଦୀ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.