ବାରିପଦା ୩୦/୧୨:ମୟୂରଭଞ୍ଜ ଟ୍ୟାଗିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦରମା ବନ୍ଦ କଲେ ଜିଲ୍ଲାପାଳ । ପ୍ରାୟ ୮୪୩ଜଣ କର୍ମଚାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ହେମାକାନ୍ତା ସୟା । ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣରେ ବିଳମ୍ବ ଏବଂ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ଟ୍ୟାଗିଂ ପାଇଁ ୧୦୧୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଯେଉଁଥିରୁ ୧୭୩ଜଣ ନିଜ କାମ ଠିକ୍ ଭାବେ ତୁଲାଉଥିବା ବେଳେ ଅନ୍ୟ ୮୪୩ ଜଣଙ୍କ କାର୍ଯ୍ୟ ସନ୍ତୋଷ ଜନକ ନାହିଁ । ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘର ଏବେହି ଅଧପନ୍ତାରିଆ ହେଇପଡ଼ିଛି । ଫଳରେ ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି ହିତାଧିକାରୀ । ଯାହାକୁ ନେଇ କଠୋର ହୋଇଛନ୍ତି ଜିଲ୍ଲାପାଳ ହେମାକାନ୍ତ ସୟା । କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ, ଦରମା ବନ୍ଦ ହେବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି ।