ଭୁବନେଶ୍ୱର ୦୫।୧୧ : ସାବାଡ୍ ହେବେ ରାଜସ୍ୱ ଅଧିକାରୀ । ଆଉ ଚଳିବନି ଖାମ୍ଖିଆଲୀ କାମ । କାର୍ଯ୍ୟରେ ଅବେହଳା କରୁଥିବା କିମ୍ବା ଠକୁଥିବା ରାଜସ୍ୱ ଅଧିକାରୀ ସଜାଗ ହୋଇଯାଆନ୍ତୁ। କାମ୍ରେ ଯଦି ଠକୁଥିବା ଅବସ୍ଥାରେ ଧରାପଡନ୍ତି ଆର୍ଆଇ, ଏଆର୍ଆଇ ଏବଂ ଅମିନ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ।
ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, କିଛି ରାଜସ୍ବ ଅଧିକାରୀ ଯେପରି ଆରଆଇ, ଏଆରଆଇ ଏବଂ ଅମିନ ସେମାନଙ୍କ କାମ ଠିକ ଭାବରେ କରୁନାହାନ୍ତି । ସାଧାରଣଲୋକଙ୍କୁ ସଠିକ୍ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ରାଜସ୍ୱ ଅଧିକାରୀଙ୍କ ଏହି ମନମୁଖି କାମ ପାଇଁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅନେକ ଅଭିଯୋଗ ଆସିଛି ।
ଯେଉଁ ସ୍ଥାନରେ ରାଜସ୍ବ ଅଧିକାରୀ କାମରେ ଢ଼ିଲା ମାରୁଛନ୍ତି ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଉ ନାହାନ୍ତି ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଆରଆଇମାନେ କଣ କାମ କରିଛନ୍ତି ତାର ଏକ ସମୀକ୍ଷା ରିପୋର୍ଟ ମାଗିବାକୁ ନିର୍ଦ୍ଦେଶ ହୋଇଛି ।