ନୂଆଦିଲ୍ଲୀ: ‘ଆଦିପୁରୁଷ’କୁ ନେଇ ବିବାଦ ଘନେଇବାରେ ଲାଗିଛି। ସିନେ ସମୀକ୍ଷକଙ୍କଠୁ ନେଇ ଟିଭି କଳାକାର ପର୍ଯ୍ୟନ୍ତ ସମସ୍ତେ ଫିଲ୍ମର ଚରିତ୍ର ଏବଂ ସଂଳାପକୁ ଖୁବ୍ ସମାଲୋଚନା କରୁଛନ୍ତି। ଅନେକ ଜାଗାରେ ଫିଲ୍ମକୁ ବ୍ୟାନ କରିବାକୁ ଦାବି ଉଠିଲାଣି ତ ଆଉ କେଉଁଠି ଫିଲ୍ମର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରା ଗଲାଣି। ଏହା ସତ୍ତ୍ବେ ଫିଲ୍ମ ଓ୍ଵାଲ୍ଡଓ୍ଵାଇଡ୍ ବକ୍ସ ଅଫିସରେ ୩୫୦ କୋଟି ଟଙ୍କା ବ୍ୟବସାୟ କଲାଣି। ଅନ୍ୟପଟେ ଭାରତୀୟ ବକ୍ସ ଅଫିସରେ ୨୦୦ କୋଟି କ୍ଲବରେ ଫିଲ୍ମ ଏଣ୍ଟ୍ରି ମାରି ସାରିଛି। ଏହାର କାରଣ ରିଲିଜ୍ର କିଛି ଦିନ ପୂର୍ବରୁ ଟିକେଟ୍ ଆଡଭାନ୍ସ ବୁକିଂ ହୋଇ ସାରିଥିଲା। ତେଣୁ ରିଲିଜର ପ୍ରଥମ ୩ ଦିନରେ ଫିଲ୍ମ ଢେର ଆୟ କରିବାରେ ସଫଳ ହୋଇଛି। କିନ୍ତୁ ଚତୁର୍ଥ ଦିନରେ ଫିଲ୍ମର ଆୟରେ ଅହେତୁକ ହ୍ରାସ ଦେଖା ଦେଇପାରେ।
Sacnilk ଅନୁଯାୟୀ, ଚତୁର୍ଥ ଦିନ ଫିଲ୍ମରେ ଆୟରେ ପ୍ରାୟ ୭୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ। ଆଜିର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଫିଲ୍ମ ଚତୁର୍ଥ ଦିନରେ ମାତ୍ର ୨୦ କୋଟି ଟଙ୍କା ଆୟ କରିପାରେ। ତେବେ କାଲି ସକାଳ ସୁଦ୍ଧା ଏଥିରେ କିଛି ପରିବର୍ତ୍ତନ ହୋଇପାରେ।
ଆଦିପୁରୁଷର ୪ ଦିନର ଆୟ
ଡେ ୧- ୮୮.୭୫ କୋଟି ଟଙ୍କା
ଡେ ୨- ୬୫.୨୫ କୋଟି ଟଙ୍କା
ଡେ ୩- ୬୯.୧ କୋଟି ଟଙ୍କା
ଡେ ୪- ୨୦.୦୦ କୋଟି ଟଙ୍କା(ପ୍ରାରମ୍ଭିକ ତଥ୍ୟ)
ମୋଟ୍- ୨୪୧.୧୦ କୋଟି ଟଙ୍କା(ପ୍ରାରମ୍ଭିକ ତଥ୍ୟ)
ବର୍ଷର ହେଲା ଚତୁର୍ଥ ବଡ଼ ଫିଲ୍ମ
‘ଆଦିପୁରୁଷ’ ୨୦୨୩ର ଚତୁର୍ଥ ସବୁଠୁ ଆୟକାରୀ ଫିଲ୍ମ ହୋଇଛି। ବର୍ତ୍ତମାନ ଆଦିପୁରୁଷ ଆଗରେ ପଠାନ, ଦ କେରଳ ଷ୍ଟୋରୀ ଏବଂ ତୁ ଝୁଠି ମେଁ ମକ୍କାର ରହିଛି। ଫିଲ୍ମର ଆୟକୁ ଦେଖିଲେ ଏହା ଆଗାମୀ ସମୟରେ ତୁ ଝୁଠି ମେଁ ମକ୍କାରର ରେକର୍ଡ କାଟିପାରେ।
୨୦୨୩ର ଟପ୍ ୫ ଫିଲ୍ମ
ପଠାନ(ହିନ୍ଦୀ)- ୫୨୫ କୋଟି
ଦ କେରଳ ଷ୍ଟୋରୀ- ୨୪୨ କୋଟି
ତୁ ଝୁଠି ମେଁ ମକ୍କାର- ୧୪୭ କୋଟି
ଆଦିପୁରୁଷ(ହିନ୍ଦୀ)- ୧୧୫.୨୫ କୋଟି(୩ ଦିନ)
କିସି କା ଭାଇ କିସି କା ଜାନ- ୧୧୦.୫୩ କୋଟି ଟଙ୍କା
wp:heading {"level":4}