ମାଲକାନଗିରି: ଛତିଶଗଡ଼ ସୀମାନ୍ତ ବିଜାପୁରରେ ସୁରକ୍ଷାବାହିନୀର ଜୋରଦାର ସର୍ଚ୍ଚ ଅପରେସନ । ଶନିବାର ଗାଙ୍ଗୁଲୁର ଥାନା ଅନ୍ତର୍ଗତ ତୋଡ଼କା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୮ ମାଓବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ । ଘଟଣାସ୍ଥଳରୁ ୮ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ବହୁମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
STF, DRG ଏବଂ CRPF ଜବାନଙ୍କ କୁମ୍ବିଂ ଅପରେସନ ବେଳେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ମାଓବାଦୀଙ୍କୁ ମୂଳପୋଛ କରିବା ଅପରେସନ ଲାଗି ଜାରି ରହିଛି । ସେପଟେ ଛତିଶଗଡ଼ରେ ଲଗାତର ଏନକାଉଣ୍ଟର ପରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ଶାତଧିକ ମାଓବାଦୀ ମୁଣ୍ଡ ଗଡ଼ିବା ପରେ ମାନେ ମାଓନେତା ହିଡମାଙ୍କୁ ଡିମୋସନ କରିଛି ମାଓ ସଂଗଠନ । ହିଡମାଙ୍କ ବଦଳରେ ଏବେ ବିଜାପୁର ମାଓ ସଂଗଠନର ଦାୟିତ୍ୱ ନେଇଛନ୍ତି ପତିରାମ ମାଝି ।
୨୦୨୪ରେ ଛତିଶଗଡ଼ରେ ୧୮୯ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୫୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫୦୩ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହୋଇଛନ୍ତି । ଫଳରେ ଧୀରେ ଧୀରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ୨୦୨୫ ଜାନୁଆରୀ ମାସରେ ୨୩ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୪୬ଜଣ ମାଓବାଦୀଙ୍କୁ ଗିରଫ ହୋଇଛନ୍ତି । ସେହିପରି ୧୭ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି ।