ମହିଳାଙ୍କ ପାଇଁ ଖୁସି ଖବର, ଫେବ୍ରୁଆରୀ ୮ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଯାଜପୁରରୁ ଶୁଭାରମ୍ଭ

Published By : Prameya-News7 Bureau | February 02, 2025 IST

ଭୁବନେଶ୍ବର ୨/୨: ମହିଳାଙ୍କ ପାଇଁ ଗୁଡ୍‌ ନ୍ୟୁଜ । ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।


କିଛି ଟେକ୍ନିକାଲ ତ୍ରୁଟି ପାଇଁ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । NPCI ଆକ୍ଟିଭ ନଥିବାରୁ ଏପରି ସମସ୍ୟା ହେଉଛି । ତେଣୁ ୩ ଓ ୪ ତାରିଖରେ ବ୍ୟାଙ୍କ ଯାଇ NPCI ଚେକ୍‌ କରିପାରିବେ ହିତାଧିକାରୀ । ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିତ ଟଙ୍କା ମିଳିବା ନେଇ ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.