କାଦୋମାଳି ନରହନ୍ତା ଦନ୍ତାର ଉତ୍ପାତ; ବିଳମ୍ବିତ ରାତିରେ ଦୁଇ ବୃଦ୍ଧଙ୍କୁ ଦଳିଦେଲା ହାତୀ

Published By : Prameya-News7 Bureau | February 02, 2025 IST

କଳାହାଣ୍ଡି,୦୨/୦୨: କଳାହାଣ୍ଡିରେ ନରହନ୍ତା ଦନ୍ତାର ତାଣ୍ଡବ । ବିଳମ୍ୱିତ ରାତିରେ ୨ଜଣଙ୍କୁ ଦଳିଦେଲା ଗଜରାଜ । ଦନ୍ତା ଉତ୍ପାତର ଖବର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସେକ୍ସନ କାଦୋମାଳି ଗାଁରୁ ଆସିଛି । ଦୁଇ ମୃତକ ହେଲେ ମୁହାନୀ ମାଝୀ ଏବଂ ଗଦା ମାଝୀ ।  

ସୂଚନା ମୁତାବକ, ଶନିବାର ବିଳମ୍ବ ରାତିରେ ଶୋଇଥିବା ବେଳେ ମୁଗାନ ମାଝୀ ଏବଂ ଗଦା ମାଝୀ ହାତୀ ଆକ୍ରମଣର ଶିକାର ହୋଇଥିଲେ । ନରହନ୍ତା ଦନ୍ତା ଦୁଇ ବୃଦ୍ଧଙ୍କୁ କଚାଡ଼ିବା ପରେ ଦଳି ଦେଇଥିଲା । ଫଳରେ ଉଭୟ ବୃଦ୍ଧ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ରବିବାର ଅର୍ଥାତ୍ ଆଜି ସକାଳେ ଉଭୟଙ୍କ ମୃତଦେହକୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ଟିମ୍ ପହଞ୍ଚି ମୃତଦେହ ଜବତ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.