ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ ଉପରେ ବିବାଦ, ବାଚସ୍ପତିଙ୍କ ପାଖରେ ପହଞ୍ଚିଲା ମାମଲା

Published By : Prameya-News7 Bureau | August 09, 2023 IST

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ନେଇ ଏବେ ବଡ଼ ବିବାଦ ହୋଇଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନ ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରୁ ବାହାରକୁ ଯିବା ସମୟରେ ଅଶାଳୀନ ଇଙ୍ଗିତ କରିଥିଲେ । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଦରକାର । ସ୍ମୃତି ଇରାନୀଙ୍କ ଅଭିଯୋଗ, ମହିଳା ସାଂସଦ ବସିଥିବା ବେଳେ କେହି ଯଦି ଏହିପରି ଫ୍ଲାଇଂ କିସ୍‌ର ଇଙ୍ଗିତ କରି ଯାଏ ତାହା ଅତ୍ୟନ୍ତ ଅଭଦ୍ର ଅଟେ ।

ସ୍ମୃତି ଇରାନୀଙ୍କ ବୟାନ ପରେ ରାହୁଲ ଗାନ୍ଧୀ ପାଇଁ ବିବାଦ ବଢିଯାଇଛି । ପ୍ରାୟ ୨୨ ମହିଳା ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ସନ ପାଇଁ ଦାବି କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ବହିଷ୍କାର କରିବା ପାଇଁ ବିଜେପି ସାଂସଦ ପୁନମ୍ ମହାଜନ ଦାବି କରିଛନ୍ତି । ଅନ୍ୟପଟେ ରିତା ବହୁଗୁଣା ଯୋଶୀ ଅଭିଯୋଗ ଆଣିଛନ୍ତି ଯେ ରାହୁଲ ଟ୍ରେଜରୀ ବେଞ୍ଚ ଆଡକୁ ଫ୍ଲାଇଂ କିସ୍ କରିଥିଲେ ।

{"id":828624,"sizeSlug":"full","linkDestination":"none"}

ଗୃହରୁ ବାହାରକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଯେ ରାସ୍ତାରେ ଏପରି ହୁଏ ବୋଲି ଆମେ ଆଜି ଯାଏ ଶୁଣିଥିଲୁ, କିନ୍ତୁ ଏବେ ଏହା ସଂସଦରେ ମଧ୍ୟ ହେଉଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ଆଚରଣ ଅତ୍ୟନ୍ତ ନିନ୍ଦାଜନକ ।

ପଢନ୍ତୁ: ଅନାସ୍ଥା ମହାବିତର୍କ; ମଣିପୁର ଦୁଃଖ ବଖାଣିଲେ ରାହୁଲ ଗାନ୍ଧି, ବାଚସ୍ପତିଙ୍କୁ ଜଣାଇଲେ ଧନ୍ୟବାଦ

ଗୃହରେ ସ୍ମୃତି ଇରାନୀ କହିଥିଲେ ଯେ ମୁଁ ଗୋଟିଏ ବିଷୟ ଉପରେ ଆପତ୍ତି ଉଠାଉଛି । ଯାହାଙ୍କୁ ଆଜି ମୋ ପୂର୍ବରୁ ଭାଷଣ ଦିଆଯିବାର ସୁଯୋଗ ଦିଆଗଲା, ସେ ଯିବା ବେଳେ ଅଭଦ୍ର ବ୍ୟବହାର କରିଥିଲେ । ଯେତେବେଳେ ଗୃହରେ ମହିଳା ସାଂସଦ ବସିଛନ୍ତି, ସେହି ସମୟରେ ଫ୍ଲାଇଂ କିସର ଇଙ୍ଗିତ କରାଯାଇଛି । ଏହି ଅନୁଚିତ ଆଚରଣକୁ ଗୃହ କେବେ ଦେଖି ନଥିବ ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଗୃହରେ ଚର୍ଚ୍ଚା ଆରମ୍ଭ କରିଥିଲେ । ପ୍ରାୟ ଅଧା ଘଣ୍ଟାର ଭାଷଣରେ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ ମୋଦୀ ସରକାର ମଣିପୁରରେ ଭାରତର ହକ୍ୟା କରିଛନ୍ତି ଏହା ଭାରତ ମାଆର ହତ୍ୟା ଅଟେ ।

Also Read: ରାହୁଲଙ୍କ ଫ୍ଲାଇଂ କିସ୍‌କୁ ନେଇ ଗୃହରେ ହଙ୍ଗାମା, ବାଚସ୍ପତିଙ୍କ ନିକଟରେ ଫେରାଦ ହେଲେ ଏନଡିଏ ମହିଳା ସାଂସଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.