ଟି-୨୦ ବିଶ୍ୱକପ ୨୦୨୪ରେ ପୁଣି ପିଚ୍‌କୁ ନେଇ ବିବାଦ, ମ୍ୟାଚ୍ ଜିତିବା ପରେ ମାରକ୍ରମ ଦେଲେ ଏପରି ବୟାନ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ସେମିଫାଇନାଲ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଟିମ୍ ମୁହାଁମୁହିଁ ହୋଇଥିଲେ । ଦୁଇ ଟିମର ପ୍ରଦର୍ଶନକୁ ଦେଖି ଅନୁମାନ କରାଯାଉଥିଲା ଯେ ସେମିଫାଇନାଲ ମୁକାବିଲା ରୋମାଞ୍ଚକର ହେବ । କିନ୍ତୁ ଏପରି କିଛି ହେଲ ନାହିଁ । ଏକ ଏକତରଫା ମୁକାବିଲାରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଏହାରି ଭିତରେ ପୁଣି ଥରେ ଚଳିତ ବିଶ୍ୱକପରେ ପିଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯଦିଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ଜିତି ନେଇଛି, କିନ୍ତୁ ଟିମ୍‌ର କ୍ୟାପ୍ଟେନ ଏଡନ୍ ମାରକ୍ରମ ଖୁସି ନାହାନ୍ତି । ଏହାସହ ସେ ମଜାକିଆ ଭାବରେ କହିଛନ୍ତି ଯେ ଭଲ କଥା ଯେ ଏହି ପିଚ୍‌ରୁ ପୁଣି ଥରେ ଖେଳିବୁ ନାହିଁ । ତାଙ୍କର କହିବା ଭାବକୁ ସହଜରେ ବୁଝା ଯାଇପାରିବ । 

ପଢନ୍ତୁ: ଆଫ୍ରିକାଠୁ ହାରିବା ଭାଙ୍ଗିଲା ଆଫଗାନ କ୍ରିକେଟରଙ୍କ ହୃଦୟ, କାନ୍ଦିଲେ କ୍ୟାପଟେନ୍‌

ଏଡନ୍ ମାରକ୍ରମ ମ୍ୟାଚ୍ ପରେ କହିଛନ୍ତି ଯେ ଆମେ ଖୁସି ଯେ ଏହି ପିଚ୍‌ରେ ଆମେ ପୁଣି ଥରେ ମ୍ୟାଚ୍ ଖେଳିବୁ ନାହିଁ । ସେ କହିଛନ୍ତି ଯେ ପୂରା ଟୁର୍ଣ୍ଣାମେଣ୍ଟରେ ପିଚ୍ ଆହ୍ୱାନପୂର୍ଣ୍ଣ ଥିଲା । କେବେ ୱିକେଟ୍ କଠିନ ଥିଲା ବୋଲି କହିବା ମୁସ୍କିଲ୍, କାରଣ ସବୁବେଳେ ଏହା ବ୍ୟାଟରଙ୍କ ଖେଳ ନୁହେଁ । ଏହିପରି ୱିକେଟରେ ବିଜୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ମାରକ୍ରମ କହିଛନ୍ତି ଯେ ଆମେ ଆମର ପୂରା କ୍ୟାରିୟରରେ ଏହା ହିଁ କରି ଆସୁଛୁ । ଭିନ୍ନ ସ୍ଥାନ, ଭିନ୍ନ ଭିନ୍ନ ପରିସ୍ଥିତିରେ ଖେଳିବା । ପ୍ରଥମ ଥର ଆମେ ଫାଇନାଲ ଖେଳିବାକୁ ଯାଉଛ, କିନ୍ତୁ ଭୟ କରିବାର କିଛି ନାହିଁ । ସେ କହିଛନ୍ତି ଯେ ଏହି ବିଜୟ ଆମ ପାଇଁ ଗୁରୁତ୍ୱ ବହନ କରୁଛି । ଆମ ପାଖରେ ଅନେକ ବଡ଼ ଖେଳାଳି ଅଛନ୍ତି, କିନ୍ତୁ ଏହିପରି ପ୍ରଦର୍ଶନ ପାଇଁ ପୂରା ଟିମକୁ ଏକ ହୋଇ ଖେଳିବାକୁ ପଡ଼ିଥାଏ ।

ଯଦି ପ୍ରଥମ ସେମିଫାଇନାଲ କଥା କହିବା ତେବେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧.୫ ଓଭର ହିଁ ଟ୍ୟାଟିଂ କରିପାରିଥିଲା । ଟିମ୍ ୧୦ ୱିକେଟ୍ ହରାଇ କେବଳ ୫୬ ରନ୍ କରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମ୍ ୮.୫ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା । ଏହାସହ ପ୍ରଥମ ଟିମ୍ ଭାବେ ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ପ୍ରବେଶ କରିଛି ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.