୪୮ ବଲରେ ଅର୍ଦ୍ଧଶତକ ହାସଲ କରି ବାବର ଆଜମଙ୍କ ରେକର୍ଡ ସମକକ୍ଷ ହେଲେ ବିରାଟ କୋହଲି

Published By : Prameya-News7 Bureau | June 29, 2024 IST

indiatoday

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ବିରାଟଙ୍କ କୋହଲିଙ୍କ ବାରମ୍ବାର ଫ୍ଲପ୍‌ ଶୋ ନେଇ ପ୍ରଶ୍ନ ଉଠିବା ପରେ ରୋହିତ କହିଥିଲେ ସେ ଫାଇନାଲ ପାଇଁ ତାଙ୍କ ଶୋ ସଞ୍ଚୟ କରି ରଖିଛନ୍ତି। ଫାଇନାଲରେ ଦମ ଦେଖାଇବେ। ସତକୁ ସତ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ ମ୍ଯାଚରେ ବିରାଟ ଦମ ଦେଖାଇଛନ୍ତି। ୪୮ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ଟି-୨୦ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ। 

ଆଜିର ମ୍ୟାଚ୍‌ରେ କ୍ୟାପ୍ଟେନ୍ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଋଷବ ପନ୍ତଙ୍କ ବ୍ୟାଟ ନିରବ ରହିଥିବା ବେଳେ ବିରାଟଙ୍କ ବ୍ୟାଟ୍ ଗର୍ଜିଥିଲା। ସେ ସର୍ବାଧିକ ୭୫ ରନ୍ କରିଥିଲେ। ଏହି ରନ୍ କରି ସେ ପାକିସ୍ତାନର ବାବର ଆଜମଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ପୁରୁଷ ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ୫୦ରୁ ଅଧିକ ରନ୍ କରିଥିବା ତାଲିକାରେ ବିରାଟ ସାମିଲ୍ ହୋଇଛନ୍ତି। ହେଲେ ମ୍ୟାଚ୍ ଦୃଷ୍ଟିରୁ ଏବେ ବି ବାବର ନମ୍ବର ୱାନରେ ରହିଛନ୍ତି। 

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ୫୦ରୁ ଅଧିକ ରନ୍ କରିଥିବା ବ୍ୟାଟର ହେଲେ

୧. ବାବର ଆଜମ -୧୨୩ ମ୍ୟାଚରେ ୩୯ ଥର ୫୦ରୁ ଅଧିକ ରନ୍ କରିଛନ୍ତି। 
୨. ବିରାଟ କୋହଲି - ୧୨୬ଟି ମ୍ୟାଚରେ ୩୯ ଥର।
୩. ରୋହିତ ଶର୍ମା - ୧୫୯ ଟି ମ୍ୟାଚରେ ୩୭ ଥର।
୪. ମହମ୍ମଦ ରିଜୱାନ୍ - ୧୦୨ ଟି ମ୍ୟାଚରେ ୩୦ ଥର।
୫. ଡେଭିଡ ୱାର୍ଣ୍ଣର - ୧୧୦ ଟି ମ୍ୟାଚରେ ୨୯ଥର।

ୱେଷ୍ଟଇଣ୍ଡିଜର ବାରବାଡୋସ୍‌ରେ କେନସିଙ୍ଗଟନ ଓଭାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଭାରତର ଟପ୍ ଅର୍ଡର ଫେଲ୍ ମାରିଥିଲା। ରୋହିତ, ସୂର୍ଯ୍ୟକୁମାର ଯାଦବ ଓ ଋଷବ ପନ୍ତ ଆଉଟ ହେବା ପରେ ଅକ୍ଷର ପଟେଲଙ୍କ ସହ ମିଶି ବିରାଟ କୋହଲି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା।

ଆଜିର ମ୍ଯାଚ୍‌ରେ ବିରାଟ କୋହଲି ୫୯ ବଲ୍‌ରେ ସର୍ବାଧିକ ୭୬ ରନ୍ କରିଥିଲେ। ଶେଷ ୧୧ ବଲ୍‌ରେ ସେ ୨୬ ରନ୍ କରିଥିଲେ। ଯେଉଁଥିରେ ୬ଟି ଚୌକା ଓ ଦୁଇଟି ଛକ୍କା ମାରିଥିଲେ। ସେହିପରି ଅକ୍ଷର ପଟେଲ ୩୧ ବଲରେ ୪୭ ରନ୍ କରିଥିଲେ। ତେବେ ଶିବମ ଦୁବେ ୧୬ ବଲରେ ୨୭ ରନର ଯୋଗଦାନ ଦେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.