ବାରବାଡୋସ୍ ଛାଡ଼ିବ ବିଶ୍ବ ବିଜେତା ଟିମ୍ ଇଣ୍ଡିଆ; ବୁଧବାର ସଂଧ୍ୟାରେ ଟ୍ରଫି ସହ ଦିଲ୍ଲୀରେ ପହଞ୍ଚିବେ

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ: ବାରବାଡୋସ୍ ଛାଡ଼ିବ ଟି-୨୦ ବିଶ୍ବ ବିଜେତା ଟିମ୍ ଇଣ୍ଡିଆ । ସାମୁଦ୍ରିକ ଝଡ଼ ପାଇଁ ଓ୍ବେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ । ତେବେ ଗତକାଲି ହୁରିକେନ୍ ‘ବେରିଲ୍’ ହିଟ୍ କରିଛି । ଏବେ ସ୍ଥିତି ସାମାନ୍ୟ ହୋଇଥିବା ବେଳେ ମଙ୍ଗଳବାର ବାରବାଡୋସ ଛାଡ଼ିବେ ଖେଳାଳି ଓ ଟିମ୍ ସପୋର୍ଟ ଷ୍ଟାଫ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟିମ୍ ଇଣ୍ଡିଆ ସ୍ବଦେଶ ଫେରିବା ପାଇଁ ବିସିସିଆଇ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିଛି ।

ସୋମବାର ହୁରିକେନ୍ ‘ବେରିଲ୍’ ବାରବାଡୋସରେ ଲ୍ୟାଣ୍ଡଫଲ୍ କରିଛି । ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ସମୟ ୬ଟାରେ ଭାରତୀୟ ଟିମ୍ ଓ୍ବେଷ୍ଟଇଣ୍ଡିଜ୍ ଛାଡ଼ିବ । ଭାରତୀୟ ସମାନୁସାରେ ବୁଧବାର ଭୋର୍ ସାଢ଼େ ୩ଟାରେ ଏହା ହେବ । ଏହାର ପ୍ରାୟ ୧୬ ଘଣ୍ଟା ପରେ ଅର୍ଥାତ୍ ବୁଧବାର ସଂଧ୍ୟା ୭ଟା ୪୫ରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ ଟିମ୍ । ଭାରତୀୟ ଦଳ ପାଇଁ ବିସିସିଆଇ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଛି । 

ଜୁନ୍ ୨୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ବକପ ଫାଇନାଲ୍ ମୁକାବିଲା ହୋଇଥିଲା । ଟିମ୍ ଇଣ୍ଡିଆ ଅନ୍ତିମ ଓଭରରେ ସାଉଥ୍ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ହାତେଇଛି । ୧୭ ବର୍ଷରେ ପୁଣି ଥରେ ବିଶ୍ବ ବିଜେତା ହୋଇଛି ।...    

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.