ଜୁଲାଇ ୬ରେ ଜିମ୍ବାୱେ-ଇଣ୍ଡିଆ ଟି-୨୦ ସିରିଜ୍

Published By : Prameya-News7 Bureau | July 01, 2024 IST

Zimbabwe vs India full schedule

ନୂଆଦିଲ୍ଲୀ: ବିଶ୍ୱକପ ଜିତିବା ପରେ ଜିମ୍ବାୱେ ସହ ଟି-୨୦ ସିରିଜ ଖେଳିବାକୁ ଯିବ ଟିମ୍ ଇଣ୍ଡିଆ। ଦୁଇ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଜୁଲାଇ ୬ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ। ତେବେ କ୍ୟାପ୍ଟେନ୍ ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍ ଜିମ୍ବାୱେ ସହ ମୁକାବିଲା କରିବ।

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୬ ତାରିଖରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ୭ ଜୁଲାଇରେ ଖେଳାଯିବ, ତୃତୀୟ ଟି-୨୦ ମ୍ୟାଚ୍ ୧୦ ଜୁଲାଇରେ, ଚତୁର୍ଥ ଟି -୨୦ ମ୍ୟାଚ୍ ୧୩ ଜୁଲାଇରେ ଏବଂ ପଞ୍ଚମ ତଥା ଅନ୍ତିମ ଟି -୨୦ ୧୪ ଜୁଲାଇରେ ଖେଳାଯିବ। ଟି -୨୦ ସିରିଜର ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।

ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆ - ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସୱାଲ, ରୁତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ଶିବମ୍ ଦୁବେ, ରିଆନ୍ ପରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ, ଖଲିଲ ଅହମ୍ମଦ, ମୁକେଶ କୁମାର ଏବଂ ତୁଷାର ଦେଶପାଣ୍ଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.