ଟି-୨୦ କ୍ରିକେଟ୍‌ରୁ ବିରାଟ-ରୋହିତଙ୍କ ବିଦାୟ, ବିଶ୍ୱକପ୍‌ ବିଜୟୀ ପରେ ଉଭୟଙ୍କ ଘୋଷଣା

Published By : Prameya-News7 Bureau | June 30, 2024 IST

ମୁମ୍ବାଇ ୩୦।୦୬ : ଶେଷ ହେଲା ଏକ ଯୁଗ । ଆଉ ପଡିଆରେ ଦେଖିବାକୁ ମିଳିବନି ଦୁଇ ମହାନ୍‌ ବ୍ୟାଟସମ୍ୟାନ୍‌ଙ୍କ । ମଡନ୍‌ ଡେ କ୍ରିକେଟ୍‌ର ଦୁଇ ଲିଜେଣ୍ଡ ଟି-୨୦ ଫର୍ମାଟକୁ କରିଛନ୍ତି ବାଏ ବାଏ । ଗୋଟିଏ ପଟେ ଟି-୨୦ ବିଶ୍ୱକପ୍‌ ବିଜୟୀରୁ ଖୁସି ଥିବା ବେଳେ ଅନ୍ୟ ପଟେ ଦୁଇ ମହାନ ବ୍ୟାଟସମ୍ୟାନ୍‌ ନିଜର ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । 

ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଶନିବାର ରାତିରେ ବିଶ୍ୱକପ୍‌ ବିଜୟୀ ପରେ ବିରାଟ ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ବି ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଏହି ହିଁ ସଠିକ୍‌ ସମୟ ଯେଉଁଠି ମୁଁ ଟି-୨୦ କ୍ରିକେଟ୍‌କୁ ଅଲ୍‌ବିଦା କରୁଛି । ବିରାଟ ବି ପୂର୍ବରୁ ମନସ୍ଥ କରିସାରିଥିଲେ ଯେ ଏହା ତାଙ୍କର ଶେଷ ଟି-୨୦ ବିଶ୍ୱକପ୍‌ ବୋଲି । ସେ ବି ଅବସର ଘୋଷଣା କରିଛନ୍ତି । ଆଉ ଏବେ ମୁଁ ଟି-୨୦ ଫର୍ମାଟକୁ ଅଲ୍‌ବିଦା କରୁଛି । ବାକି ପୂର୍ବ ପରି ମୁଁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍‌ ଖେଳ ଜାରି ରଖିବି । 

ସେହିପରି ଅବସର ନେଇ ବିରାଟ କୋହଲି କହିଛନ୍ତି ଯେ, ଟି-୨୦ ବିଶ୍ୱକପ୍‌ ଟ୍ରଫି ହାତେଇବା ମୋ ପାଇଁ ଏହା ପ୍ରଥମ । ମୁଁ ପୂର୍ବରୁ ମନସ୍ଥ କରିସାରିଥିଲେ ଯେ ଏହା ମୋର ଶେଷ ବିଶ୍ୱକପ୍‌ । ତେଣୁ ଏବେ ସମୟ ଆସିଛି ମୋତେ ଟି-୨୦ କ୍ରିକେଟ୍‌କୁ ଥ୍ୟାଙ୍କ ୟୁ କହିବାର... ଆଉ ଯୁବପୀଢି ସୁଯୋଗ ଦେବାର । 

ତେବେ ଆସନ୍ତୁ ଜାଣିବା ଏହି ଦୁଇ ମହାନ କ୍ରିକେଟ୍‌ରଙ୍କ ଟି-୨୦ କ୍ୟାରିୟର-

ରୋହିତ ଶର୍ମା- ୨୦୦୭ ସେପ୍ଟେମ୍ବର ୧୯ ତାରିଖ ଦିନ ଟି-୨୦ କ୍ରିକେଟ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ । ଦକ୍ଷିଣ ଆଫ୍ରିକାରେ ଇଂଲଣ୍ଡ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିଥିଲେ ରୋହିତ । ନିଜ ଟି-୨୦ କ୍ୟାରିୟରରେ ରୋହିତ ଶର୍ମା ୧୫୯ ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୨୩୧ ରନ୍‌ ସଂଗ୍ରହ କରିଛନ୍ତି । ଏହାସହିତ ୫୨ଟି ଅର୍ଦ୍ଧଶତକ ରହିଥିବା ବେଳେ ୫ଟି ଶତକ ରହିଛି । ନିଜ ଟି-୨୦ କ୍ୟାରିୟରରେ ୩୮୩ଟି ଚୌକା ମାରିଥିବା ବେଳେ ୨୦୫ଟି ଛକ୍କା ମାରିଛନ୍ତି । ଏବେ ସେ ଓ୍ୱେଷ୍ଟଇଣ୍ଡିଜ୍‌ର ବାର୍‌ବୋଡାସ୍‌ରେ ନିଜର ଶେଷ ଟି-୨୦ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛନ୍ତି । 

 ବିରାଟ କୋହଲି- ୨୦୧୦ ଜୁନ୍‌ ୧୨ରେ ଜିମ୍ବାଓ୍ୱେ ବିରୋଧରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିଥିଲେ ବିରାଟ । ନିଜ ଟି-୨୦ କ୍ୟାରିୟରରେ  ୧୨୫ଟି ମ୍ୟାଚ୍‌ ଖେଳି ୩୦୫୬ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୮ଟି ଅର୍ଦ୍ଧଶତକ ରହିଥିବା ବେଳେ ଗୋଟିଏ ଶତକ ରହିଛି । ନିଜ ଟି-୨୦ କ୍ୟାରିୟରରେ ୩୬୯ଟି ଚୌକା ଥିବା ବେଳେ ୧୨୪ଟି ଛକ୍କା ରହିଛି । ଆଉ ଏବେ ଓ୍ୱେଷ୍ଟଇଣ୍ଡିଜ୍‌ର ବାର୍‌ବୋଡାସ୍‌ରେ ନିଜର ଶେଷ ଟି-୨୦ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛନ୍ତି ।

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.